ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇଚ୍ଛା ବିରୋଧରେ ବିବାହ କରିବାରୁ ଜୀବିତ ଝିଅର ଅନ୍ତିମ ସଂସ୍କାର କଲେ ପରିବାରଲୋକ।

Advertisment

ମନ୍ଦସୌର ଜିଲ୍ଲା ଦଲାବଦାରେ ରହୁଥିବା କହ୍ନେୟାଲାଲ(ରାନୁଙ୍କ ମଉସା) କହିବାନୁସାରେ, ‘ଝିଅ ରାନୁ ଘରେ କାହାକୁ କିଛି ନକହି ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲା। ଏହାପରେ ଆମେ ପୁଲିସରେ ରାନୁ ନିଖୋଜ ହେବାର ଖବର ଦେଇଥିଲୁ।  ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରି ରାନୁକୁ ଖୋଜିଥିଲା। 

ପୁଲିସ ଯାଞ୍ଚରୁ ଜଣାପଡ଼ିଥିଲା କି ରାନୁ ପାଖ ଗ୍ରାମରେ ବସବାସ କରୁଥିବା ଜଣେ ଯୁବକଙ୍କ ସହିତ ପ୍ରେମ ବିବାହ କରି ରହିଛନ୍ତି। ପୁଲିସ ରାନୁଙ୍କ ପ୍ରେମିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଥାନାରେ ପହଞ୍ଚିବାକୁ ଖବର ଦେଇଥିଲା।

ରାନୁ ତାଙ୍କ ପ୍ରେମିକ ସହିତ ଥାନାରେ ପହଞ୍ଚିଥିଲେ। ଏହି ସମୟରେ ରାନୁ ତାଙ୍କ ପରିବାର ସଦସ୍ୟଙ୍କୁ ‌ଥାନାରେ ଚିହ୍ନି ନଥିଲେ। ଏହି ଘଟଣାକୁ ନେଇ  ରାନୁଙ୍କ ପରିବାର ରାଗରେ ଝିଅର ଅନ୍ତିମ ସଂସ୍କାର କରି ସମ୍ପୂର୍ଣ୍ଣ ଗ୍ରାମରେ ଝିଅର ଅନ୍ତିମ ସଂସ୍କାରରେ ସାମିଲ ହେବାପାଇଁ ଏକ ପତ୍ର ବାଣ୍ଟିଥିଲେ।