ଚିକିତ୍ସା ପାଇଁ ଟଙ୍କା ନଥିବାରୁ ୭ମାସର ଶିଶୁକୁ ହତ୍ୟା କଲା ମା’

ଖଣ୍ଡଓ୍ଵା(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ଖଣ୍ଡଓ୍ଵାରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଏଠାରେ ଜଣେ ମା’ ନିଜ ୭ମାସର ଶିଶୁକୁ ହତ୍ୟା କରିଥିବା ସାମ୍ନାକୁ ଆସିଛି । ହତ୍ୟା କରିବା ପରେ ମା’ ନିଜ ଛୁଆକୁ ଅନେକ ସମୟ ପର୍ଯ୍ୟନ୍ତ କୋଳେଇ ବସିଥିଲେ ବୋଲି ଜଣା ପଡ଼ିଛି । ତେବେ ହତ୍ୟା କରିବା ପଛର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସସମସ୍ତଙ୍କ ଆଖିରେ ଲୁହା ଆଣିଛି । ଅଭିଯୁକ୍ତ ମହିଳାଜଣଙ୍କ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଏଭଳି ପଦକ୍ଷେପ ନେଇଥିବା କହିଛି ପୁଲିସ ।

oneindia.com

ସୂଚନା ମୁତାବକ, ଅଭିଯୁକ୍ତ ମହିଳା ଏବଂ ତାଙ୍କ ସ୍ୱାମୀ ପୁଅ ଆଶ ରଖିଥିବା ବେଳେ ଦୁଇଟି ଝିଅ ଜନ୍ମ ହୋଇଥିଲା । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସହ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଘର ଛାଡ଼ି ଚାଲି ଯାଇଥିଲେ । ଯାହା ପରେ ମହିଳାଙ୍କୁ ଏକାକୀ ଘର ଚଳାଇବାକୁ ପଡ଼ିଥିଲା । ଆର୍ଥିକ ଅବସ୍ଥା ଖରାପ ହେବା ସହ ୭ମାସର ଝିଅ ଦେହ ମଧ୍ୟ ଖରାପ ହେବାକୁ ଲାଗିଥିଲା । ଡ଼ାକ୍ତରଙ୍କୁ ଦେଖାଇବା ସତ୍ତ୍ୱେ ଭଲ ନ ହେବାରୁ ବାଧ୍ୟ ହୋଇ ମହିଳା ଏଭଳି ପଦକ୍ଷେପ ନେଇଥିଲେ ।

ସମ୍ବନ୍ଧିତ ଖବର