ଶଯ୍ୟା ମିଳିଲାନି, ହସ୍ପିଟାଲ ବାହାରେ ସନ୍ତାନକୁ ଜନ୍ମ ଦେଲେ ମା’

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱାସ୍ଥିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବହେଳା ହେତୁ ଜଣେ ଗଭର୍ବତୀଙ୍କୁ  ଭର୍ତ୍ତି କରାଯାଇ ପାରି ନଥିଲା। ଫଳରେ ଗର୍ଭବତୀ ଜଣକ ହସ୍ପିଟାଲ ବାହାରେ ପ୍ରସବ ଯନ୍ତ୍ରଣା ସହିତ ସନ୍ତାନକୁ ଜନ୍ମ ଦେଇଥିଲେ।

ଏହି ଘଟଣାକୁ ନେଇ ଗର୍ଭବତୀଙ୍କ ସ୍ବାମୀ ରି‌ତେଶ କହନ୍ତି, ‘ଡୋଙ୍ଗରି ଗ୍ରାମରେ ମୁଁ ବସବାସ କରେ। ମୋର ସ୍ତ୍ରୀ ଛାୟାଙ୍କ ଗତ ସୋମବାର ବିଳମ୍ବିତ ରାତିରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଆଣିଥିଲୁ। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ସତ୍ତ୍ବେ ଛାୟାଙ୍କୁ ହସ୍ପିଟାଲରେ ସ୍ଥାନ ନାହିଁ ବୋଲି କୁହାଯାଇ ଭର୍ତ୍ତି କରାଯାଇ ନଥିଲା।

ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ହସ୍ପିଟାଲ ପରିସରରେ ଛାୟା ସନ୍ତାନ ପ୍ରସବ କରିଥିଲେ। ଏହି ଘଟଣା ପ୍ରଘଟ ହେବାପରେ ଘଟଣାକୁ ଲୁଚାଇବାକୁ ଯାଇ ଛାୟାଙ୍କୁ ହସ୍ପିଟାଲ ଅଧିକାରୀ ସଙ୍ଗେସଙ୍ଗେ ଭର୍ତ୍ତି କରି ତାଙ୍କର ଚିକିତ୍ସା ଆରମ୍ଭ କରି ଦେଇଥି‌ଲେ।

ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ସରଦ ହାର୍ନି କହିଛନ୍ତି, ଏହି ଘଟଣାର ଯାଞ୍ଚ କରାଯାଉଛି। ଯିଏବି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ସମ୍ବନ୍ଧିତ ଖବର