ଛାଡ଼ପତ୍ର ପରେ ସ୍ତ୍ରୀ ଅନ୍ୟ ପୁରୁଷ ସହ କଥା ହେଉଥିବାରୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ମହୁ : କିଛି ଦିନ ତଳେ ମଧ୍ୟପ୍ରଦେଶର ମହୁ ସହରରେ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମିଳିଥିଲା । ମହିଳାଙ୍କ ମୃତ୍ୟୁ ପଛରେ ପ୍ରକୃତରେ କାହାର ହାତ ରହିଛି, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ମହିଳାଙ୍କ ଶରୀରର କିଛି ଅଙ୍ଗ ରବିବାର ମୋହନ ଟକିଜ୍‌ରୁ ପୁଲିସ ଉଦ୍ଧାର କରିଥିବା ବେଳେ ତାଙ୍କ ନାଁ ରୁଖ୍‌ସାନା ବୋଲି ଜଣାପଡ଼ିଛି ।

ସିସିଟିଭି ଭିଡିଓକୁ ଆଧାର କରି ପୁଲିସ ଅଭିଯୁକ୍ତ ଅନୁପ ମାହେଶ୍ୱରୀକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରୁଖ୍‌ସାନାଙ୍କ ପୂର୍ବ ସ୍ୱାମୀ ସଦିକି ବୋଲି ଜଣାପଡ଼ିଛି । ଦୁହେଁ ୮ବର୍ଷ ତଳେ ବିବାହ କରିଥିବା ବେଳେ ୨୦୧୪ରେ ତାଙ୍କର ଛାଡ଼ପତ୍ର ହୋଇଥିଲା, ଯାହା ପରେ ରୁଖ୍‌ସାନା ନିଜ ମାତା-ପିତାଙ୍କ ସହ ରହିବା ଆରମ୍ଭ କରିଥିଲେ ।

Image result for murder
QNS.com

ପୁଲିସର ସୂଚନାନୁସାରେ, ସିସିଟିଭିରେ ଆମେ ଅନୁପଙ୍କୁ ଏକ ଅଖାକୁ ନିଜ ବାଇକ୍‌ରେ ବାନ୍ଧି ମଧ୍ୟ ରାତିରେ ନେଉଥିବାର ଦେଖିଥିଲୁ । କିନ୍ତୁ ଫେରିବା ସମୟରେ ତାଙ୍କ ଗାଡ଼ିରେ ଅଖାଟି ନଥିଲା, ଯାହା ଆମ ସନ୍ଦେହକୁ ବଢ଼ାଇଥିଲା । ଅନୁପଙ୍କୁ ଅଟକ ରଖି ପଚରାଉଚରା କରାଯିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଅନୁପ ସଦିକିଙ୍କର ପଡ଼ୋଶୀ ଥିଲେ । ରୁଖ୍‌ସାନାଙ୍କର ଅନ୍ୟ ପୁରୁଷ ସହ କଥା ହେବାକୁ ସଦିକି ପସନ୍ଦ କରୁ ନଥିବାରୁ ତାଙ୍କୁ ନିଜ ଘରକୁ ଡ଼ାକି ହତ୍ୟା କରିଥିଲେ । ହତ୍ୟା ପରେ ଅନୁପ ତାଙ୍କୁ ମୃତଦେହକୁ ଫିଙ୍ଗିବାରେ ସାହାଯ୍ୟ କରିଥିଲେ । ପୁଲିସ ଅନୁପଙ୍କୁ ଗିରଫ କରିଥିବା ବେଳେ ସଦିକି ଏବେ ଫେରାର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର