ଉମାରିଆ : ମଧ୍ୟପ୍ରଦେଶର ଉମାରିଆରେ ପୁଣି ଥରେ ଦୁଷ୍କର୍ମର ମାମଲା ସାମ୍ନାକୁ ଆସିଛି । ଜଣେ ୬ବର୍ଷୀୟ ଶିଶୁକନ୍ୟା ସହ ୪୫ବର୍ଷୀୟ ଅଭିଯୁକ୍ତ ଦୁଷ୍କର୍ମ ଭଳି ଅପରାଧ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦିନକୁ ଦିନ ନାବାଳିକାଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ଆଇନକୁ ଖାତିର ନ କରି ଏଭଳି ଅପରାଧ କରି ଚାଲିଛନ୍ତି ଅଭିଯୁକ୍ତ । ଅନ୍ୟ ପକ୍ଷରେ, ଘଟଣାର ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି ନେଇଛି ପୁଲିସ ।
/sambad/media/post_attachments/wp-content/uploads/2019/06/arrested-2-300x169.jpg)
ଏଭଳି ସମାନ ଘଟଣା ମେ’ ମାସରେ ଉତ୍ତରପ୍ରଦେଶରେ ଘଟିଥିଲା । ପୀଡ଼ିତା ମୁରାଦାବଦକୁ ବିବାହରେ ଯୋଗ ଦେବା ପାଇଁ ଆସିଥିବା ବେଳେ ୪୦ବର୍ଷୀୟ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଏ ନେଇ ଅଭିଯୋଗ କରାଯିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଉତ୍ତରପ୍ରଦେଶରେ ଏଇ କିଛି ମାସ ମଧ୍ୟରେ ଲଗାତାର ମହିଳାମାନଙ୍କ ପ୍ରତି ଏଭଳି ଅପରାଧ କରାଯାଉଥିବା ଖବର ଅଧିକ ଶୁଣିବାକୁ ମିଳୁଛି । ଯାହା ପାଇଁ ଯୋଗୀ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ।