୨ବର୍ଷୀୟ ଶିଶୁ ଆଗରେ ମା’ ସହ ଦୁଷ୍କର୍ମ କଲେ ୫ଦୁର୍ବୃତ୍ତ,ଶରୀରରେ ସିଗାରେଟ ଚେଙ୍କ ଦେଇ ଅର୍ଦ୍ଧନଗ୍ନ ଅବସ୍ଥାରେ ଫିଙ୍ଗିଲେ

ରତଲାମ : ମଧ୍ୟପ୍ରଦେଶର ରତ୍‌ଲାମରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି । ଆଲୋଟ ଥାନା ଅଞ୍ଚଳରୁ ଜଣେ ବିବାହିତ ମହିଳାଙ୍କୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗାର ସିଗାରେଟ ଚେଙ୍କ ଦେଇଥିଲେ ୫ଦୁର୍ବୃତ୍ତ । ଏହା ସହ ମାରିବା ଉଦ୍ଦେଶ୍ୟରେ ବିଷ ପିଆଇ ପୀଡ଼ିତାଙ୍କୁ ରାସ୍ତା କଡ଼ରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଫିଙ୍ଗି ଦେଇଥିଲେ । ପୀଡ଼ିତାଙ୍କ ସହ ଏଭଳି ବର୍ବରତା କରାଯାଉଥିବା ବେଳେ ତାଙ୍କ ଦୁଇ ବର୍ଷୀୟ ଝିଅ ତାଙ୍କ ସହ ଥିଲେ ବୋଲି ଜଣା ପଡ଼ିଛି । ତେବେ ପୀଡ଼ିତାଙ୍କ ସହ ଏଭଳି ତାଙ୍କ ପୂର୍ବ ସ୍ୱାମୀ ଓ ତାଙ୍କର ୩ଜଣ ସଂପର୍କୀୟ କରିଥିବା ଜଣା ପଡ଼ିଛି । ଅଭିଯୋଗ ପରେ ପୁଲିସ ସମସ୍ତଙ୍କୁ ଗିରଫ କରିିବାରେ ସଫଳ ହୋଇଛି ।

Image result for rape
New Straits Times

ମହିଳାଙ୍କ ଅଭିଯୋଗ ମୁତାବକ, ମାସେ ପୂର୍ବରୁ ଛାଡ଼ପତ୍ର ନେଇ ସାରିଥିବା ସ୍ୱାମୀ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ଏ ନେଇ ମହିଳା ସାକ୍ଷୀ ଥିବା ବେଳେ ତାଙ୍କର ପ୍ରଥମ ସ୍ୱାମୀ ଭୁଲ ବୟାନ ଦେବା ପାଇଁ ଚାପ ପକାଉଥିଲେ । କିନ୍ତୁ ପୀଡ଼ିତା ଏଭଳି କରିବା ପାଇଁ ମନା କରିବାରୁ ପ୍ରଥମ ସ୍ୱାମୀ ଏଭଳି ବର୍ବର କାଣ୍ଡ କରିଥିବା ବୋଲି ଜଣା ପଡ଼ିଛି । ମହିଳା ନିଜ ଝିଅ ସହ କୌଣସି କାମରେ ବାହାରକୁ ଯାଉଥିବା ବେଳେ ତାଙ୍କର ପ୍ରଥମ ସ୍ୱାମୀ ନିଜର ଦୁଇ ଭଣଜା ଓ ଭିଣୋଇ ସହ ତାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ଭଳି ଅପରାଧ କରିଥିଲେ । ତଥାପି ମଧ୍ୟ ପୀଡ଼ିତା ନିଜର ବୟାନ ବଦଳାଇବା ପାଇଁ ମନା କରିବାରୁ ଅଭିଯୁକ୍ତ ସ୍ୱାମୀ କୀଟନାଶକ ପିଆଇ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ସେମାନେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏବେ ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅଭିଯୋଗକୁ ଆଧାର କରି ପୁଲିସ ୫ଜଣଙ୍କୁ ଗିରଫ କରି ନେଇଛି ।

ସମ୍ବନ୍ଧିତ ଖବର