ଖର୍ଗୋନେ : ମଧ୍ୟପ୍ରଦେଶର ଖର୍ଗୋନେ ଜିଲ୍ଲାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦମ୍ଓ୍ଵାଡା ଗାଁରେ ସାମାନ୍ୟ କାରଣ ପାଇଁ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତଜଣଙ୍କ ଭୋଲାରାମ ବୋଲି ଚିହ୍ନଟ କରାଯାଇଥିବା ବେଳେ ଏକ ଠେଙ୍ଗା ସାହାଯ୍ୟରେ ସେ ନିଜ ସ୍ତ୍ରୀକୁ ଆକ୍ରମଣ କରିଥିବା ଜଣା ପଡ଼ିଛି । ଘଟଣା ପରେ ଅଭିଯୁକ୍ତ ଫେରାର ଥିବାରୁ ଖୋଜିବା ଆରମ୍ଭ କରିଛି ପୁଲିସ ।
/sambad/media/post_attachments/24865c171261200b113df13a4c1568894f983fbdd05d4f9818bc6c8d21a57ea5.jpg)
ସୂଚନା ମୁତାବକ, ଅଭିଯୁକ୍ତ ଭୋଲାରାମ ଏକ ଦାମୀ ଫୋନ କିଣି ଆଣିଥିବା ଦେଖି ରାଗି ଯାଇଥିଲେ ପୀଡ଼ିତା ନନ୍ଦୁ ବାଇ । ଘରର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଭୋଲାରାମଙ୍କ ଏଭଳି କାମ ନନ୍ଦୁ ବାଇଙ୍କୁ ପସନ୍ଦ ଆସି ନଥିଲା । ଏଥି ପାଇଁ ସେ ଝଗଡ଼ା କରିବା ସହ ନିଜ ବାପ ଘରକୁ ଚାଲି ଯାଇଥିଲେ । ପରେ ଫେରିବା ଦିନ ସ୍ତ୍ରୀର ଏଭଳି ବ୍ୟବହାରରେ ରାଗି ଅଭିଯୁକ୍ତ ଏକ ଠେଙ୍ଗା ସାହାଯ୍ୟରେ ତାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲେ । ଘଟଣାସ୍ଥଳରେ ନନ୍ଦୁ ବାଇଙ୍କର ମୃତ୍ୟୁ ହେବା ଦେଖି ଘରେ ନିଜ ୩ଜଣ ସନ୍ତାନକୁ ଏକା ଛାଡ଼ି ଭୋଲାରାମ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।