ଋଣ ନେଇଥିବା ଟଙ୍କା ନ ଦେବାରୁ ଯୁବକଙ୍କୁ ମାଡ଼ ମାରିବା ସହ ଗୁପ୍ତାଙ୍ଗରେ ପକାଇଲେ ଲଙ୍କା ଗୁଣ୍ଡ

ଭୋପାଳ : ମଧ୍ୟପ୍ରଦେଶର ଖର୍‌ଗୋନେ ଜିଲ୍ଲାରେ ଜଣେ ଯୁବକଙ୍କୁ ମାଡ଼ ମାରିବା ସହ ତାଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ପକାଇବା ଭଳି ଅମାନବୀୟ ଘଟଣା ଘଟିଛି । ଯୁବକଜଣଙ୍କ ଋଣ ନେଇଥିବା ଟଙ୍କାକୁ ଫେରାଇ ନ ପାରିବାରୁ ତାଙ୍କୁ କିଛି ଯୁବକ ମାଡ଼ ମାରିଥିଲେ । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ମାଡ଼ ମାରିଥିବା ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

India TV

ପୁଲିସର ସୂଚନା ଅନୁସାରେ, ପୀଡ଼ିତ ସୋଏବ ଖାନ୍‌ ଅଭିଯୁକ୍ତ ଭୁରୁ ଖାନ୍‌ଙ୍କଠାରୁ ୧୨,୦୦୦ଟଙ୍କା ଋଣ ଆଣିଥିଲେ । କିନ୍ତୁ ଦେଇଥିବା ସମୟ ମଧ୍ୟରେ ସୋଏବ ଆଣିଥିବା ଟଙ୍କା ଫେରାଇବାକୁ ଅସମର୍ଥ ହୋଇଥିଲେ । ଯାହା ପାଇଁ ଶନିବାର ଭୁରୁ ସୋଏବ୍‌ଙ୍କୁ କସ୍‌ରବାଦ୍‌ ଅଞ୍ଚଳକୁ ଡ଼ାକି ନିଜ ବନ୍ଧୁମାନଙ୍କ ସହ ମିଶି ତାଙ୍କୁ ମାଡ଼ ମାରିଥିଲେ । ଶେଷରେ ସେ ସୋଏବଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ପକାଇ ସେଠାରୁ ଚାଲି ଯାଇଥିଲେ । ରକ୍ତାକ୍ତ ଅବସ୍ଥାରେ ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଏବେ ସେ ସୁସ୍ଥ ଥିବା ଜଣା ପଡ଼ିଛି । ସୋଏବଙ୍କ ଅଭିଯୋଗକ୍ରମେ ପୁଲିସ ଏବେ ଭୁରୁକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର