ଭୋପାଳ : ମଧ୍ୟପ୍ରଦେଶର ନରସିଂହପୁରରେ ଜୁନ୍ ୨୪ରେ ଅଜ୍ଞାତ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା ଜନେୈକା ୫ବର୍ଷୀୟା ଶିଶୁ । ଅଭିଯୁକ୍ତ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲା ଅଭିଯୁକ୍ତ। ଘଟଣାଟି ସାମ୍ନାକୁ ଆସିବା ପରେ ପୀଡ଼ିତାଙ୍କ ପରିବାର ଏ ନେଇ ଅଭିଯୋଗ କରିବାକୁ ସ୍ଥାନୀୟ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଉପସ୍ଥିତ ଥିବା ହେଡ୍ କନେଷ୍ଟବଳ ତାଙ୍କର ଅଭିଯୋଗ ରଖି ନଥିଲେ । ଯାହା ପାଇଁ ତାଙ୍କୁ ଏବେ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି । ଏ ନେଇ ସୂଚନା ଦେଇଛନ୍ତି ନରସିଂହପୁରର ଏସ୍ପି ଗୁରୁ କରଣ ସିଂହ ।
ତାଙ୍କ ଅନୁଯାୟୀ, ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଖୋଜିବା ପାଇଁ ସିସିଟିଭି ଯାଞ୍ଚ ଚାଲିଛି । ପୀଡ଼ିତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ଜବଲପୁର ପଠାଇ ଦିଆ ଯାଇଛି । ପୀଡ଼ିତାଙ୍କ ପରିବାର ସହ କଥା ହେବା ପରେ ସେମାନେ ମୋତେ ଉପସ୍ଥିତ ହେଡ୍ କନେଷ୍ଟବଳଙ୍କ ବିଷୟରେ ଜଣାଇଥିଲେ । ଉପସ୍ଥିତ ଥାଇ ରିପୋର୍ଟ ନ ଲେଖିଥିବାରୁ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି ନରସିଂହପୁରର ଏସ୍ପି ଗୁରୁ କରଣ ସିଂହ ।
कब सुरक्षित होंगी बेटियां? मप्र में 5 साल की बच्ची के साथ दरिंदगी @OfficeOfKNath@smritiirani@INCMP@BJP4MP@narendramodi@shailendranrb@nishatshamsi@PoliceWaliPblic#IndiaAgainstLynchTerror कब पकड़ा जाएगा आरोपी? @DGP_MP@brajeshabpnewspic.twitter.com/hjIdvRuOD4
— Anurag Dwary (@Anurag_Dwary) June 25, 2019
ତେବେ ମାମଲା ସହ ଜଡ଼ିତ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଯୁବକଜଣଙ୍କ ପୀଡ଼ିତାଙ୍କୁ କୋଳରେ ଧରି ଯାଉଥିବା ଦେଖା ଯାଇଛି । ପୀଡ଼ିତା ନରସିଂହପୁର ଷ୍ଟେସନ ବାହାରେ ନିଜ ମା’ଙ୍କ ସହ ଶୋଇଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇ ଆସିଥିଲେ । ପରେ ଜନଶୂନ୍ୟ ସ୍ଥାନକୁ ନେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଜଣା ପଡ଼ିଛି ।