ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଜିଲ୍ଲାର ଜଣେ ୭ ବର୍ଷୀୟା ନାବାଳିକା ଗତ ଆଠ ମାସ ହେବ ଗଣଦୁଷ୍କର୍ମର ଶିକାର ହୋଇ ଆସୁଥିବା ଅଭିଯୋଗ ହୋଇଛି। ଏହି ନାବାଳିକାକୁ ଦୀର୍ଘ ମାସ ଧରି ଦୁଷ୍କର୍ମ କରୁଥିବା ନାବାଳିକାକୁ ପୁଲିସ୍ ଗିରଫ କରିଛି। ସେପ୍ଟେମ୍ବର ୨୦ ତାରିଖରେ ପୀଡ଼ିତା ନାବାଳିକା ନିଜ ବାପାମାଆଙ୍କ ଆଗରେ ସବୁ କଥା ଖୋଲି କହିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।
ଜାଣିବାକୁ ମିଳିଛି ଯେ ନାବାଳିକା ଜଣକ ନିଜ ସ୍କୁଲ୍ ସରିବା ପରେ ତାକୁ ଘର ପର୍ଯ୍ୟନ୍ତ ନେବା ପାଇଁ ଆସୁଥିବା ଅଟୋକୁ ଅନେକ୍ଷା କରି ସ୍କୁଲ୍ ଦୁଆର ବାହାରେ ଠିଆ ହୋଇ ରୁହେ। ସେହି ସମୟରେ ୩ ଜଣ ମନ୍ଦ ପ୍ରକୃତିର ଲୋକ ପିଲାଟିକୁ ଦେଖି ତା’ର ଫାଇଦା ନେବାକୁ ପ୍ରଚେଷ୍ଟା କରନ୍ତି। ଅନେକ ଦିନ ଝିଅଟି ଉପରେ ନଜର ରଖିବା ପରେ ଦୁର୍ବୃତ୍ତମାନେ ଶେଷରେ ଜାଣିବାକୁ ପାଆନ୍ତି ଯେ ଝିଅଟି ପ୍ରାୟ ୨୦ ମିନିଟ୍ ବାହାରେ ଅପେକ୍ଷା କରିବା ପରେ ଅଟୋ ଆସିଥାଏ ତାକୁ ନେବା ପାଇଁ। ସେମାନେ ଯୋଜନା କରି ନାବାଳିକା ଜଣକୁ ନେଇ ଦୁଷ୍କର୍ମ କରିସାରିବା ପରେ ଅଟୋ ଆସିବା ପୂର୍ବରୁ ଆଣି ସ୍କୁଲ୍ ସାମ୍ନାରେ ଛାଡ଼ିିଦିଅନ୍ତି।
/sambad/media/post_attachments/wp-content/uploads/2019/09/1569224996-mumbai-300x225.jpg)
ଦୀର୍ଘ ଦିନ ଧରି ଦୁଷ୍କର୍ମକାରୀମାନେ ଏପରି କରିବା ପରେ ଧୀରେ ଧୀରେ ଝିଅଟିର ବ୍ୟବହାରରେ ପରିବର୍ତ୍ତନ ଆସିବାର ପୀଡ଼ିତାର ଘରଲୋକ ଅନୁମାନ କଲେ। ତା’ପରେ ବହୁ ପଚରାଉଚରା କରିବାରୁ ଝିଅଟି ନିଜ ବାପାମାଆଙ୍କ ଆଗରେ ସବୁ କଥା ଖୋଲି କହିଥିଲା।