ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଜଣେ ନାବାଳିକା ଘରେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି।

Advertisment

ନାବାଳିକା ଜୀବନ ହାରିବା ଘଟଣାକୁ ‌ନେଇ ପୁଲିସ କହିଛି, ‘ନାବାଳିକା ରାତିରେ ଘରକୁ ଆସି ନଥିଲେ। ତା’ପରଦିନ ଘରକୁ ଆସିବା ପରେ ପରିବାରଲୋକ ତାର ଅବସ୍ଥା ଦେଖି ସ୍ତବ୍ଧ ହୋଇଯାଇଥିଲେ। ଘରଲୋକ ଝିଅର ଅବସ୍ଥା ବିଷୟରେ ପଚାରିବାରୁ ସେ କହିଥିଲା ଘରକୁ ଫେରୁଥିବା ସମୟରେ ତାକୁ ଜଣେ ଯୁବକ ଜୋରଜବରଦସ୍ତି ଏକ ହୋଟେଲକୁ ନେଇ ‌‌ଯୌନ ନିର୍ଯାତନା ଦେଇଥିଲା। ଯୁବକ ଜଣକ ଶୋଇପଡ଼ିବା ପରେ ସେ ସେଠାରୁ କୌଶଳକ୍ରମେ ଖସି ଆସିଥିଲା। 

ଝିଅ ଠାରୁ ସମସ୍ତ ଘଟଣା ବିଷୟରେ ଜାଣିବା ପରେ  ପୀଡ଼ିତାଙ୍କ ପରିବାରଲୋକ ଥାନାରେ ମାମଲା ରୁଜୁ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା। ଏହାପରେ ସମସ୍ତ ସମସ୍ୟାର ସମାଧାନ ହୋଇଯାଇଥିଲା । ଏହା ସତ୍ତ୍ବେ ବି ଗତ ଗୁରୁବାର ରାତିରେ ନାବାଳିକା ଘରେ ସମସ୍ତେ ଶୋଇପଡ଼ିବା ପରେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଖବର ମିଳିଥିଲା। ଆମେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛୁ।

ଏହି ଘଟଣାରେ ହୋଟେଲ ମାଲିକ ଓ ପରିଚାଳକଙ୍କୁ ବି ଗିରଫ କରାଯାଇଛି। କାରଣ ଦୁହିଁଙ୍କ ବିରୋଧରେ ନାବାଳିକାଙ୍କୁ ହୋଟେଲରେ ପ୍ରବଶେ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।