ସର୍ବସାଧାରଣରେ ଛିଙ୍କିବା ସହ ଛେପ ପକାଇବାରୁ ଯୁବକଙ୍କୁ ନିସ୍ତୁକ ପିଟିଲେ ଲୋକ, ସିସିଟିଭି‌ରେ କଏଦ ହେଲା ଦୃଶ୍ୟ

କୋହ୍ଲାପୁର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଜଣେ ବ୍ୟକ୍ତି ଛିଙ୍କିବା ଏବଂ ଛେପ ପକାଇବା ପରେ ତାଙ୍କୁ କିଛି ଲୋକ ନିସ୍ତୁକ ପିଟିଥିବା ଜଣାପଡ଼ିଛି। ଏହି ଘଟଣାରୁ କରୋନାଭାଇରସକୁ ନେଇ ଲୋକମାନେ କେତେ ଭୟଭୀତ ତାହା ସ୍ପଷ୍ଟ ହୋଇଯାଇଛି। ମାର୍ଚ୍ଚ ୧୭ରେ ଏହି ଘଟଣା ଘଟିଥିଲା ଯେତେବେଳେ ଦୁଇ ଚକିଆ ଯାନରେ ଯାଉଥିବା ଜଣେ ବ୍ୟକ୍ତି ଟ୍ରାଫିକରେ ଅଟକି ରହିଥିବା ବେଳେ ଏକାଧିକ ଥର ଛିଙ୍କିଥିଲେ। ସେହି ସମୟରେ, ନିକଟରେ ଠିଆ ହୋଇଥିବା ଏକ ଦମ୍ପତି ଉକ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ମାସ୍କ ପିନ୍ଧିବାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ପରେ ଛିଙ୍କିଥିବା ବ୍ୟକ୍ତିଙ୍କୁ କିଛି ଲୋକ ମିଶି ମାଡ଼ ମାରିଥିଲେ ବୋଲି ଜଣାପଡ଼ିଛି।

Image result for mask in public
Live Science

ପୂରା ଘଟଣା ଟ୍ରାଫିକ ସିଗନାଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ପୀଡିତଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କଜଣଙ୍କ କୋହ୍ଲାପୁରର ଗୁଜରୀ ଅଞ୍ଚଳର ପ୍ରସାଦ ଦିଲେ ବୋଲି ଜଣାପଡ଼ିଛି। ଦିଲେ କହିଛନ୍ତି ଯେ, ପୀଡ଼ିତ ମୁହଁ ଘୋଡ଼ାଇ ନ ଥିବାରୁ ଦୁଇଥର ଛିଙ୍କିବା ବେଳେ ମୁଁ ଉକ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ କହିଥିଲି। କିନ୍ତୁ ସେ ମନା କରିଥିଲେ। ଯାହା ପରେ ଆମ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ କିଛି ସ୍ଥାନୀୟ ଲୋକ ଆସି ମ‌ୋତେ ସମର୍ଥନ କରିଥିଲେ। ଏହା ପରେ ଆମେ ପୀଡ଼ିତଙ୍କୁ ମାଡ଼ ମାରିଥିଲୁ । ତେବେ ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲେ ମଧ୍ୟ ଏ ନେଇ ପୁଲିସ ଷ୍ଟେସନରେ କୌଣସି ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର