ସ୍କୁଲ ପୋଷାକ ପାଇଁ ଟଙ୍କା ମାଗିବାରୁ ପୁଅ-ଝିଅଙ୍କୁ କୀଟନାଶକ ପିଆଇ ହତ୍ୟା ଉଦ୍ୟମ କଲା ନିଶାସକ୍ତ ବାପା

ନାଶିକ୍‌ : ମହାରାଷ୍ଟ୍ରର ନାସିକ୍‌ରେ ରହୁଥିବା ଜଣେ କୃଷକ ନିଜ ଦୁଇ ପିଲାଙ୍କୁ ହତ୍ୟା ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍କୁଲ ପାଇଁ ପୋଷାକ କିଣିବା ସହ ଅନ୍ୟ ଜିନିଷ କିଣିବା ପାଇଁ ଟଙ୍କା ମାଗିଥିଲା ଝିଅ । ଏହା ଶୁଣି ରାଗିଯିବା ସହ ଅଭିଯୁକ୍ତ ବାପା କୀଟନାଶକ ପିଆଇ ନିଜ ପୁଅ-ଝିଅକୁ ହତ୍ୟା ଉଦ୍ୟମ କରିଥିଲା । କିନ୍ତୁ ଠିକ୍‌ ସମୟରେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାରୁ ଦୁହେଁ ଜୀବିତ ଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ବାପାକୁ ଗିରଫ କରି ନେଇଛି ପୁଲିସ ।

Image result for maharashtra-farmer-poisons-kids-after-they-ask-for-money-to-buy-uniform

ସୂଚନା ମୁତାବକ, ଅଭିଯୁକ୍ତ ଋଷିକେଶ ନିଶାଗ୍ରସ୍ତ ହୋଇ ଘରକୁ ଆସିବା ପରେ ୧୮ବର୍ଷୀୟ ଝିଅ ତାଙ୍କୁ ସ୍କୁଲର ପୋଷାକ ପାଇଁ ଟଙ୍କା ମାଗିଥିଲେ । ଏହା ଶୁଣି ଋଷିକେଶ ରାଗିଯିବା ସହ ଝିଅକୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ପରେ ବଜାରରୁ କିଣି ଆଣିଥିବା କୀଟନାଶକକୁ ରାଗରେ ନିଜ ଝିଅକୁ ପିଆଉଥିବା ବେଳେ ତାଙ୍କ ୧୬ବର୍ଷୀୟ ପୁଅ ଆସି ଋଷିକେଶଙ୍କୁ ଅଟକାଇଥିଲେ । ପୁଅ ଅଟକାଉଥିବା ଦେଖି ଋଷିକେଶ ତାକୁ ମଧ୍ୟ କୀଟନାଶକ ପିଆଇ ଦେଇଥିଲେ । ଏ ଘଟଣା ବିଷୟରେ ଜାଣି ଋଷିକେଶଙ୍କ ପତ୍ନୀ ଦୌଡ଼ି ଆସିବା ସହ ପଡ଼ୋଶୀଙ୍କୁ ସାହାଯ୍ୟ ପାଇଁ ଡ଼ାକିଥିଲେ । ତୁରନ୍ତ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ୧୮ବର୍ଷୀୟ ଝିଅର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର