୩ ବର୍ଷୀୟା ଶିଶୁକୁ ଅପହରଣ କରି ଦୁଷ୍କର୍ମ କଲା ୧୯ବର୍ଷିଅ ଯୁବକ, ମୃତଦେହରେ ଥିଲା ଅନେକ କଟା ଚିହ୍ନ

ପୁଣେ : ମହାରାଷ୍ଟ୍ରର ପୁଣେରୁ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ୩ବର୍ଷୀୟା ଶିଶୁକୁ ଅପହରଣ କରି ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ହତ୍ୟା କରିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତାଙ୍କ ମୃତଦେହ ମଙ୍ଗଳବାର ଏକ  ଟ୍ରେନ୍‌ ବଗିରୁ ମିଳିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠି ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ମିଳିଛି । ପୀଡ଼ିତା ନିଜ ମାତା-ପିତାଙ୍କ ସହ ରାସ୍ତା କଡ଼ରେ ଶୋଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା କହିଛି ପୁଲିସ ।

Image result for maharashtra-kidnapped-and-sexually-abused-3-year-old-girl-dies-in-pune-
The Asian Age

ପୁଲିସର ସୂଚନାନୁସରେ, ପୀଡ଼ିତାଙ୍କ ମାତା-ପିତା ଝିଅକୁ ନ ପାଇ ଚାରିଆଡ଼େ ଖୋଜିବା ଆରମ୍ଭ କରିଥିଲେ । କିନ୍ତୁ ପୀଡ଼ିତା ନ ମିଳିବାରୁ ଶେଷରେ ପୁଲିସରେ ଅଭିଯୋଗ ଲେଖାଇଥିଲେ । ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । କିଛି ଘଣ୍ଟାର ତଦନ୍ତ ପରେ ପୀଡ଼ିତାଙ୍କୁ ରାକ୍ତାକ୍ତ ଅବସ୍ଥାରେ ଟ୍ରେନ୍‌ର ବଗିରୁ ଉଦ୍ଧାର କରିଥିଲା ପୁଲିସ । ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀରରେ ଅନେକ କଟା ଦାଗ ଥିବା କହିଥିଲେ ଡାକ୍ତର । ସବୁ ରିପୋର୍ଟ ଆସିବା ପରେ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର