ଔରାଙ୍ଗାବାଦ୍ : ମହାରାଷ୍ଟ୍ରର ଔରାଙ୍ଗାବାଦ୍ରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ ଡ଼ାକ୍ତରୀ ଛାତ୍ର ପରୀକ୍ଷାରେ ଅସଫଳ ହେବାରୁ ନିଜ ପ୍ରେମିକାକୁ କଲେଜ ଫି’ ଦେବାକୁ ବାଧ୍ୟ କରୁଥିଲା । ଅଭିଯୋଗ ପାଇବା ପରେ ପାଇଁ ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/05/byfrnd-1557652211-300x225.jpg)
ସୂଚନା ମୁତାବକ, ଅଭିଯୁକ୍ତ ଡ଼ାକ୍ତରୀ ଛାତ୍ର ବିଡ଼୍ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଗତବର୍ଷ ବିଏଚ୍ଏମ୍ଏସ୍ ପାଠ୍ୟକ୍ରମ ପାଇଁ ନାମ ଲେଖାଇଥିଲେ । ପାଠ ପଢ଼ିବା ସମୟରେ ନିଜର ସହପାଠୀଙ୍କୁ ମନ ଦେଇ ବସିଥିଲେ ଅଭିଯୁକ୍ତ । ପାଠ ପଢ଼ାରେ ଭଲ ଥାଇ ମଧ୍ୟ ପଢ଼ାରେ ମନ ନ ଦେବାରୁ ପ୍ରଥମ ବର୍ଷରେ ହିଁ ଅସଫଳ ହୋଇ ଯାଇଥିଲେ ଅଭିଯୁକ୍ତ । ଅସଫଳ ହେବା ପରେ ଅଭିଯୁକ୍ତ ଏ ନେଇ ନିଜ ପ୍ରେମିକାକୁ ଦାୟୀ କରିବା ସହ କଲେଜ ଫି’ ଦେବାକୁ କହିଥିଲେ । ବାରମ୍ବାର ଫୋନ କରିବା ସହ ଧମକାଇଥିଲେ । ପୀଡ଼ିତା ଅଣଦେଖା କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି ।