ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଜଣେ ପୁଲିସ କର୍ମଚାରୀ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜୀବନ ହାରିଥିବା ଦେଇଥିବା ପୁଲିସ କନଷ୍ଟେବଳଙ୍କ ନାମ କାଶୀନାଥ ଭଗବାନ କରାଡେ । କାଶୀନାଥ ପୁଲିସ ଥାନା ଅଞ୍ଚଳରେ ଥିବା ଏକ ବିଜୁଳି ବାକ୍ସ ଭିତ‌ରେ ହାତ ପୁରାଇ ଜୀବନ ହାରି ଦେଇଥିଲେ।

Advertisment

ତେବେ କାଶୀନାଥଙ୍କୁ ଜାଣିଥିବା ଲୋକେ କହିଛନ୍ତି, କନଷ୍ଟେବଳ କାଶୀନାଥ ଅନ୍ୟ ଜଣେ କନଷ୍ଟେବଳଙ୍କ ସହିତ ଏକ ଭଡ଼ା ଘରେ ରହୁଥିଲେ। କିଛିଦିନ ହେବ ସେ କାହାରି ସହିତ କିଛି କଥା ହେଉ ନଥି‌ଲେ। ଡିୟୁଟିରେ ବି ମନ ଦେଇ ପାରୁ ନଥିଲେ। କିଛି ଗୋଟେ ବଡ଼ ଚିନ୍ତା‌ରେ ସେ ଥିବା ଜଣାପଡ଼ୁଥିଲେ। ଖିଆପିଆ ବି ଠିକରେ କରୁ ନଥିଲେ।

କେହି କିଛି ପଚାରିଲେ ସେ ଚୁପ ରହୁଥିଲେ। ଇଚ୍ଛା ହେଲେ ଉତ୍ତର ଦେଉଥିଲେ ନଚେତ ସେ ସ୍ଥାନ ଛାଡ଼ି ଚାଲି ଯାଉଥି‌‌ଲେ। ଜୀବନ ହାରିବା ଦିନ ସେ ଡିୟୁଟିରେ ପହଞ୍ଚି ସମସ୍ତଙ୍କ ସହିତ ଭଲରେ କଥା ହୋଇଥିଲେ। ଡିୟୁଟି ସାରିବା ପରେ ପୁଲିସ ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟୁତ ବାକ୍ସ ଭିତରେ ସେ ଜାଣିଶୁଣି ହାତ ପୂରାଇ ଦେଇଥିଲେ।

କେହିକିଛି ବୁଝିବା ପୂର୍ବରୁ ଏକ ଶବ୍ଦ ହୋଇଥିଲା ଆଉ କାଶୀନାଥଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କାଶୀନ‌ାଥଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।