ଦିନ ମଜୁରିଆକୁ ମଣିଷ ମଳ ଖାଇବା ପାଇଁ ବାଧ୍ୟ କରିବାରୁ ଗିରଫ ହେଲେ ଇଟା ଭାଟି ମାଲିକ

ପୁଣେ : ମହାରାଷ୍ଟ୍ରର ପୁଣେରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଦିନ ମଜୁରିଆ ଇଟା ଭାଟି ମାଲିକଙ୍କ ଉପରେ ମଣିଷ ମଳ ଖାଇବା ପାଇଁ ବାଧ୍ୟ କରିଥିବାର ଆରୋପ ଲଗାଇବା ପରେ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ଅଧିନିୟମ ଅନୁଯାୟୀ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ପୀଡ଼ିତ ସୁନୀଲ ଅନୀଲ ପଓ୍ଵାଲେଙ୍କ ସହ ତାଙ୍କ ମାଲିକ ସନ୍ଦୀପ୍‌ ପାଓ୍ଵାର ଏଭଳି ଅମାନବୀୟ କାମ କରିବା ପରେ ସେ ପ୍ରଥମେ ସାମାଜିକ ସଂଗଠନ ହେଲ୍‌ପ ଅଫ୍‌ ପିପୁଲକୁ ସଂପର୍କ କରି ପୂରା ଘଟଣା ବିଷୟରେ ଜଣାଇଥିଲେ । ଯାହା ପରେ ସଂଗଠନ ତରଫରୁ ସୁନୀଲଙ୍କୁ ଧାରା ୩୨୩, ୫୦୪ ଏବଂ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ଅଧିନିୟମ ଅନୁଯାୟୀ ପୁଲିସରେ ଏତଲା ଦେବା ପାଇଁ କୁହାଯାଇଥିଲା । ସଂଗଠନର କହିବା ଅନୁସାରେ ସୁନୀଲ ଅଭିଯୋଗ କରିବା ପରେ ଗୁରୁବାର ପୁଲିସ ସନ୍ଦୀପ୍‌ଙ୍କୁ ଗିରଫ କରିଥିଲା ବୋଲି ଜଣା ପଡ଼ିଛି ।

timesnownews.com

ସୁନୀଲ କରିଥିବା ଅଭିଯୋଗ ଅନୁଯାୟୀ, ଦୁଇ ବର୍ଷ ହେଲା ସେ ଏବଂ ତାଙ୍କ ପରିବାର ଜମ୍ବେ ଗାଁରେ ଥିବା ଇଟା ଭାଟିରେ କାମ କରି ଆସୁଛନ୍ତି । କିନ୍ତୁ କିଛି ଦିନ ତଳେ ମଧ୍ୟାହ୍ନ ଭୋଜନ ସମୟରେ ସନ୍ଦୀପ୍‌ଙ୍କ ସହ ତାଙ୍କର ଝଗଡ଼ା ହେବାରୁ ସନ୍ଦୀପ ତାଙ୍କୁ ଗାଳି ଦେବା ସହ ମଣିଷର ମଳ ଖାଇବାକୁ ବାଧ୍ୟ କରିଥିଲେ ।

ଅନ୍ୟ ପକ୍ଷରେ, ଝଗଡ଼ା ହେବା ସମୟରେ ସୁନୀଲ ଏବଂ ସନ୍ଦିପ ଦୁହେଁ ନିଶାଗ୍ରସ୍ଥ ଥିଲେ । ସନ୍ଦିପ୍‌ ସୁନୀଲଙ୍କୁ ଗାଳି କରିଥିଲେ ସତ । କିନ୍ତୁ ମଳ ଖାଇବାକୁ କହି ନଥିଲେ । ସୁନୀଲ ନିଶାଗ୍ରସ୍ତ ହୋଇ ନିଜେ ମଳ ଖାଇ ଥାଇ ପାରନ୍ତି ବୋଲି ସନ୍ଦିପଙ୍କ ଭଉଣୀ ନିଜର ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର