ସାଙ୍ଗ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ମୈନପୁରୀ(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମୈନପୁରୀରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଥିବା ପବିତ୍ର ସଂପର୍କକୁ ଅପବିତ୍ର କରିଛି ଜଣେ ସ୍ବାମୀ। ସ୍ତ୍ରୀକୁ ନିଜ ସାଙ୍ଗ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବା ଓ ପରେ ସ୍ତ୍ରୀ ନ ମାନିବାରୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହା ସହ ପୀଡ଼ିତାଙ୍କ ଦାଦା ଏ ନେଇ ଅଭିଯୁକ୍ତକୁ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଦାଦାଙ୍କୁ ମଧ୍ୟ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ନଭେମ୍ବର ୨୭ରେ ମୈନପୁରୀରେ ଥିବା ନୌରଙ୍ଗପୁର ଗାଁରୁ ସୋନି ଓ ତାଙ୍କ ଦାଦ‌ା ରାମଚନ୍ଦ୍ରଙ୍କ ମର ଶରୀର ମିଳିଥିଲା। ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ଫଳରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଦେଇଥିବା ସୂଚନା ମୁତାବକ, ନଭେମ୍ବର ୨୭ତାରିଖ ରାତିରେ ଅଭିଯୁକ୍ତ ସନ୍ତୋଷ ନିଜର ଜଣେ ବନ୍ଧୁଙ୍କୁ ନେଇ ସୋନିଙ୍କ ବା‌ପ ଘରେ ପହଞ୍ଚିଥିଲା। ସେ ସମୟରେ ଘରେ କେବଳ ସୋନି ଓ ତାଙ୍କ ଦାଦା ରାମଚନ୍ଦ୍ର ଥିଲେ। ସନ୍ତୋଷ ‌ସୋନିଙ୍କ ପାଖକୁ ଯାଇ, ମୋ ସାଙ୍ଗ ସହ ଶାରୀରିକ ସଂପର୍କ ରଖ ବୋଲି କହିଥିଲା। ଯାହାକୁ ଶୁଣି ସୋନି ସଫା ସଫା ଏଭଳି କରିବା ପାଇଁ ମନା କରି ଦେଇଥିଲେ।

दोस्त से पत्नी ने नहीं बनाए शारीरिक संबंध तो पति ने उतार दिया मौत के घाट
aajtak.intoday.in

ଏ ନେଇ ଦୁହିଁଙ୍କ ମଧ୍ୟରେ ପାଟି ହେବାରୁ ରାମଚନ୍ଦ୍ର ଦୁହିଁଙ୍କୁ ବୁଝାଇବା ପାଇଁ ଆସିଥିଲେ। ଏ ନେଇ ରାଗିଯିବା ସହ ସନ୍ତୋଷ ଗାମୁଛାରେ ରାମଚନ୍ଦ୍ରଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲା। ଏହା ସହ ପରେ ସୋନିଙ୍କ ଗଳା ଚିପି ହତ୍ୟା କରିଥିଲା ଅଭିଯୁକ୍ତ ସନ୍ତୋଷ। ହତ୍ୟା ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଏବେ ଦୁହିଁଙ୍କୁ ଗିରଫ କରି ନେଇଛି ପୁଲିସ।

ସମ୍ବନ୍ଧିତ ଖବର