ନୂଆଦିଲ୍ଲୀ: ପିଲାଠାରୁ ବୃଦ୍ଧ ସମସ୍ତଙ୍କୁ ଡାକ୍ତରମାନେ କୋଲ୍ଡ ଡ୍ରିଙ୍କ ପିଇବାକୁ ବାରଣ କରୁଛନ୍ତି। କାରଣ ଏହି ପାନୀୟ ସ୍ବାସ୍ଥ୍ୟପ୍ରତି କ୍ଷତିକାରଣ ବୋଲି କୁହାଯାଉଛି। ଏଥିସହିତ ବିଭିନ୍ନ ଛୋଟ କମ୍ପାନି ବଡ଼ବଡ଼ ନାମୀ କମ୍ପାନିଙ୍କ କୋଲ୍ଡ ଡ୍ରିଙ୍କୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ଥରେ ଚିନ୍ତା କରି ଦେଖନ୍ତୁ ତ ଯଦି କୋଲ୍ଡ ଡ୍ରିଙ୍କ ଆମ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ତେବେ ନକଲି କୋଲ୍ଡ ଡ୍ରିଙ୍କ ପିଇଲେ ଆମ ଅବସ୍ଥା କ’ଣ ହେବ।
ନିକଟରେ ନକଲି କୋକାକୋଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ଅପରିଷ୍କାର ସ୍ଥାନରେ କିଛିଲୋକ ବସିଛନ୍ତି।ତାଙ୍କ ଚାରିପାଖରେ କୋକାକୋଲା ଷ୍ଟିକର ଲାଗିଥିବା ବୋତଲ ଭରି ରହିଛି। ଏହି ବୋତଲ ଭିତରେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ମିଶାଇ ନକଲି କୋକାକୋଲା ପ୍ରସ୍ତୁକ କରି ଭର୍ତ୍ତି କରାଯାଉଛି।
Fake cold drink manufacturing unit. You can check out what is happening. Or how people play with others’ lives. pic.twitter.com/cKQt6Hgpty
— Enazator (@enazator) March 28, 2024
ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏମିତି ଭିଡିଓ ଅଧିକରୁ ଅଧିକ ପୋଷ୍ଟ କରାଯାଉ। ଯଦ୍ବାରା ଲୋକେ ଏହାକୁ ବର୍ଜନ କରିବେ। କିଛିଟଙ୍କା ପାଇଁ ଏମିତି ବିଷାକ୍ତ ପାନୀୟ ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଲୋକଙ୍କ ଜୀବନ ସହିତ କାହିଁକି ଖେଳାଯାଉଛି।
ଆଉ ଜଣେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଭିଡିଓକୁ ନେଇ କୋକାକୋଲା କମ୍ପାନି କାହିଁକି କୌଣସି ପ୍ରତିକ୍ରିୟା ଦେଇନାହିଁ।