ଅକ୍ଷୟଙ୍କ ବିରୋଧରେ ମଲ୍ଲିକା ଦୁଆଙ୍କ #ମିଠୁ ଅଭିଯୋଗ; ମଲ୍ଲିକାଙ୍କ ବାପା ବିନୋଦ୍‌ ଦୁଆଙ୍କ ନାମରେ ଅଭିଯୋଗ ଆଣି ଝିଅକୁ ସରି କହିଲେ ନିର୍ଦ୍ଦେଶିକା

ମୁମ୍ବାଇ: ବର୍ତ୍ତମାନେ ଦେଶରେ ପ୍ରବଳ ମାତ୍ରାରେ #ମିଠୁ ଅଭିଯାନ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିନୋଦ୍‌ ଦୁଆ ମଧ୍ୟ ଏବେ ଏହି ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଡକ୍ୟୁମେଣ୍ଟାରି ‘ଗୁଲାବି ଗ୍ୟାଙ୍ଗ୍‌’ର ନିର୍ଦ୍ଦେଶିକା ନିଶଥା ଜୈନ ଗଣମାଧ୍ୟମ ବ୍ୟକ୍ତିତ୍ୱ ବିନୋଦଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦେଶିକାଙ୍କ ଅଭିଯୋଗ ମୁତାବକ, ବିନୋଦ ତାଙ୍କ ସାକ୍ଷାତ୍‌କାର ସମୟରେ ତାଙ୍କୁ ପ୍ରଥମେ ଅଶାଳୀନ ଦ୍ୱିଅର୍ଥବୋଧକ କଥା କହିଥିଲେ। ପରେ ତାଙ୍କ ସହ ଆହୁରି ଆପତ୍ତିଜନକ କାର୍ଯ୍ୟ ମଧ୍ୟ କରିଥିଲେ।

ନିର୍ଦ୍ଦେଶିକା ନିଜ ଫେସ୍‌ବୁକ୍‌ରେ ଯେଉଁ ପୋଷ୍ଟ୍‍ ଦେଇଛନ୍ତି ତାହାର ସାରାଂଶ ହେଉଛି ‘୧୯୮୯ ମସିହା ଜୁନ୍‌ ମାସର କଥା। ମୁଁ ଏବେ ବି ସେ ଦିନକୁ ମନେ ରଖିଛି। କାହିଁକି ନା, ସେଦିନ ମୋ ଜନ୍ମଦିନ ଥାଏ। ସମ୍ବାଦିକତା ଏବଂ ଗଣ ଯୋଗାଯୋଗ ପାଠ ପଢ଼ିବା ପରେ ମୁଁ ଚାକିରି ପାଇଁ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ନିକଟକୁ ଯାଇଥିଲି। ସେ ମୋତେ ସାମ୍ନାରେ ବସାଇ ଖୁବ୍‌ ଘଟିଆ ମଜାକ୍‌ କରିଥିଲେ। ଯାହାକି ଆଦୌ ହସିବା ଯୋଗ୍ୟ ନଥିଲା ବରଂ ଅଶାଳୀନ। ସେ ମୋତେ ଖରାପ ଇଙ୍ଗିତ କରିବାରୁ ମୁଁ ସେଠାରୁ ଫେରି ଆସିଲି। ସେଦିନର ଜନ୍ମଦିନ ମୋର ଖୁବ୍‌ ଖରାପ ଜନ୍ମଦିନ ଥିଲା। ତା’ପରେ ମୁଁ ଅନ୍ୟ ଜାଗାରେ ଚାକିରି ପାଇଥିଲେ। ଥରେ ବିନୋଦ ମୋର ପୁଣି ଥରେ ଦେଖା ହୋଇଥିଲେ। ସେ ମୋତେ କ୍ଷମା ମାଗିବା ପାଇଁ ତାଙ୍କ ଗାଡ଼ିରେ ଯିବାକୁ ବାଧ୍ୟ କଲେ। ମୁଁ ଗାଡ଼ିରେ ବସୁ ବସୁ ସେ ମୋ ମୁହଁକୁ ଅଶାଳୀନ ଭାବେ ସ୍ପର୍ଶ କରିବାକୁ ଲାଗିଲେ।’

ଉଲ୍ଲେଖଯୋଗ୍ୟ, ବିନୋଦ୍‌ ଦୁଆଙ୍କ ଝିଅ ତଥା ଭାରତୀୟ ସିନେ ଅଭିନେତ୍ରୀ ମଲ୍ଲିକା ଦୁଆ ନିକଟରେ ଅଭିନେତା ଅକ୍ଷୟ କୁମାରଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଅକ୍ଷୟ କୁମାର ତାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିବା ସେ କହିଥିଲେ। ଏବେ ନିର୍ଦ୍ଦେଶିକା ନିଶଥା ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଲେଖିଛନ୍ତି ଯେ ‘ମଲ୍ଲିକା ମୁଁ ଖୁବ୍‌ ଦୁଃଖୀତ। ମାତ୍ର ତୁମ ବାପା ବି ସେହିମାନଙ୍କ ମଧ୍ୟରୁ ଜଣେ।’

ସମ୍ବନ୍ଧିତ ଖବର