ନୂଆଦିଲ୍ଲୀ: ୨୦୧୭ ମସିହାରେ ଏକ ଖବର ସାଉଥ ସିନେମା ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲା। ଜଣେ ଜଣାଶୁଣା ମାଲାୟାଲୀ ଅଭିନେତ୍ରୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ କରାଯାଇଥିଲା। ଏଥିସହିତ ଦୁଷ୍କର୍ମକାରୀ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ତାରକା ମହିଳାଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ ଏହି ଘଟଣାରେ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି।
ସାଉଥ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କୁ ଏକ ଚଳନ୍ତା କାରରେ ଅତି ନିର୍ମମ ଭାବରେ ଦୁଷ୍କର୍ମ କରାଯାଇ ତାହାର ଭିଡିଓ ରେକର୍ଡ କରାଯାଇଥିଲା । ଏହି ଘଟଣା ୨୦୧୭ ଫେବୃଆରି ୧୭ରେ କୋଚିରେ ଘଟିଥିଲା । ଏହା ପଛରେ ଏକ ଅପରାଧିକ ଷଡଯନ୍ତ୍ର ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ମାଲାୟାଲମ୍ ସୁପରଷ୍ଟାର ଦିଲୀପଙ୍କ ଯୋଜନା ଥିଲା ଏବଂ ଏହି ଆଧାରରେ ତାଙ୍କୁ ଗିରଫ କରାଯାଇ ୨୦୧୭ ମସିହାରେ ଜେଲକୁ ପଠାଯାଇଥିଲା। ଏହି ମାମଲାର ଶୁଣାଣି ବର୍ତ୍ତମାନ ସ୍ୱତନ୍ତ୍ର କୋର୍ଟରେ ଚାଲିଛି।
/sambad/media/post_attachments/533f4ba7c4aa96d6ca16bfd3307b183c62d80bb0663795801084f4c5c47648be.jpg)
ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି । ନିକଟରେ ଅଭିନେତା ଦିଲୀପଙ୍କ ପୁରୁଣା ବନ୍ଧୁ ତଥା ସିନେ ନିର୍ଦ୍ଦେଶକ ଗଣମାଧ୍ୟମରେ କିଛି ଆଶ୍ଚର୍ଯ୍ୟଜନକ କଥା କହିଥିଲେ ଏବଂ ଏହାକୁ ଆଧାର କରି ପୀଡିତା ପୁନଃ ଅନୁସନ୍ଧାନ ପାଇଁ ପୁଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମ୍ପର୍କ କରିଛନ୍ତି। ଏବେ ଦିଲୀପ ମଧ୍ୟ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଛନ୍ତି। ସରକାରୀ ଦଳ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ସେ ସନ୍ଦେହ କରିଛନ୍ତି।
୨୦୧୭ ଫେବୃଆରି ୧୭ ରେ ଅପହରଣ ଓ ଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଥିଲା। ପୁଲିସ ନିକଟରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଅଭିନେତ୍ରୀ ସୁଟିଂ ସେଟରୁ ଫେରୁଥିବା ବେଳେ କାରରେ ତାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିଲା। କିଛି ଲୋକ ଅଭିନେତ୍ରୀଙ୍କ କାରକୁ ଅନୁସରଣ କରି ତାଙ୍କ କାରକୁ ଧକ୍କା ଦେଇଥିଲେ। ଧକ୍କା ହେବା ପରେ ଅଭିନେତ୍ରୀଙ୍କ ଡ୍ରାଇଭର କାରକୁ ଅଟକାଇ କାରର କ’ଣ ହୋଇଛି ବୋଲି ଦେଖୁଥିବା ବେଳେ ଅନ୍ୟ କାରରେ ଥିବା କିଛି ଲୋକ ତଳକୁ ଓହ୍ଲାଇ ତାଙ୍କୁ କାରରେ ଜବରଦସ୍ତି ନେଇ ଚଳନ୍ତା କାରରେ ଦୁଷ୍କର୍ମ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/7904b95d-dce4-417a-aeba-3ff458e21e5a.jpg)