ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ଜାକିର ନାଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବତୀଙ୍କୁ ନେଇ ବିବାଦ ଉପୁଜିବା ପରେ ଜଣେ ଯୁବକ ଓ ଦୁଇ ଜଣ ନାବାଳକ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ପ୍ରଥମିକ ତଦନ୍ତ କରି ପୁଲିସ୍‌ ଏବେ ସୁଦ୍ଧା ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ନାବାଳକଙ୍କୁ ହେପାଜତରେ ରଖିଛି। ଅଭିଯୁକ୍ତ ହେଉଛନ୍ତି ଜାମିଆ ନାଗରର ବାସିନ୍ଦା ତାବିଶଙ୍କ ସହଯୋଗୀ ଦାନିଶ।

Advertisment

ଏ ନେଇ ଶନିବାର ଦିନ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ ମହମଦ ଅଜଫଲ୍‌ଙ୍କ କହିବାନୁସାରେ ତାଙ୍କ ବନ୍ଧୁ ଅଜିବ୍‌ଙ୍କର ଜଣେ ପ୍ରେମିକା ଥିଲେ। ହେଲେ ଉକ୍ତ ଯୁବତୀଙ୍କର ଅଜିବଙ୍କ ପୂର୍ବରୁ ଅନ୍ୟ ଜଣେ ନାବାଳକଙ୍କ ସହ ପ୍ରେମ ସଂପର୍କ ଥିଲା। ଯୁବତୀ ଜଣକ ଅଜିବଙ୍କ ସହ ଘନି‌ଷ୍ଠ ହେବା କାରଣରୁ ତାଙ୍କ ପୂର୍ବ ପ୍ରେମିକ ଅଜିବଙ୍କୁ ହତ୍ୟା ଧମକ ଦେଇଥିଲେ।

publive-image www.ndtv.com

ଧମକ ପାଇବା ପରେ ଅଜଫଲ୍‌ ତାଙ୍କ ବନ୍ଧୁ ମହମ୍ମଦ ଶିଆନ, ମହମ୍ମଦ ଶେଖ ଜାଫର ଏବଂ ଶ୍ୟାମଙ୍କ ସହ ତାଙ୍କ ନାବାଳିକା ପ୍ରେମିକା, ନାବାଳିକାଙ୍କ ପୂର୍ବ ପ୍ରେମିକ ତାବିଶ ଓ ତାଙ୍କର କିଛି ବନ୍ଧୁଙ୍କୁ ଭେଟିଥିଲେ। ଭେଟାଭେଟି ହେବା ପରେ ୨ ପକ୍ଷ ମଧ୍ୟରେ ଖୁବ୍‌ ଝଗଡ଼ା ହୋଇଥିଲ। ଯେଉଁଥିରେ ତାବିଶ ଏକ ଛୁରୀ ବାହାର କରି ଅପରପକ୍ଷ ଲୋକଙ୍କୁ ଆକ୍ରମଣ କରିଥିଲେ। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଶିଆନ ନାମକ ଯୁବକଙ୍କୁ ମୃତ ଘୋଷଣା କରାଯାଇଥିଲା।