ବେଙ୍ଗାଲୁରୁ: ଗତ ମଙ୍ଗଳବାର ବେଙ୍ଗାଲୁରୁର ଏକ ପିଜିରେ ରହୁଥିବା ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରେମିଯୁଗଳଙ୍କ ଭିତରେ ମଧ୍ୟସ୍ତି ହେଉଥିବାରୁ ରାଗରେ ପ୍ରେମିକ ଯୁବତୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟା ପରେ ଅଭିଯୁକ୍ତ ଫେରାର ଥିବା ବେଳେ ଏବେ ମଧ୍ୟପ୍ରଦେଶରୁ ତାକୁ ଗିରଫ କରାଯାଇଛି। ଗିରଫ ପରେ ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଏବେ ସାମ୍ନାକୁ ଆସିଛି।
କୁହାଯାଉଛି ଯେ, ମୃତକ କ୍ରିତି କୁମାରୀ ବିହାରର ବାସିନ୍ଦା ଥିଲେ। ଏକ ଘରୋଇ କମ୍ପାନିରେ ଚାକିରି ମିଳିବାରୁ ସେ ବେଙ୍ଗାଲୁରୁ ଆସିଥିଲେ। ସେଠାରେ ତାଙ୍କ ସହ ରହୁଥିବା ଯୁବତୀଙ୍କର ଅଭିଯୁକ୍ତ ଅଭିଷେକ ସହିତ ପ୍ରେମ ସମ୍ପର୍କ ଥିଲା। ଅଭିଷେକ କିଛି ଚାକିରି କରୁନଥିବାରୁ କ୍ରିତିଙ୍କ ସାଙ୍ଗ ଓ ଅଭିଷେକ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଝଗଡ଼ା ଭିତରେ କ୍ରିତି ମଝିକୁ ଆସି ଝଗଡ଼ାର ସମାଧାନ କରିବା ପରିବର୍ତ୍ତେ ନିଜ ସାଙ୍ଗକୁ ଅଭିଷେକଙ୍କଠାରୁ ଦୂରେଇ ଯିବାକୁ କହୁଥିଲେ। ବାରମ୍ବାର ଝଗଡ଼ା ହେଉଥିବା ଦେଖି କ୍ରିତି ନିଜ ସାଙ୍ଗକୁ ବ୍ରେକଅପ କରିବାକୁ କହିବା ସହ ନିଜର ପିଜି ବଦଳାଇ ଦେଇଥିଲେ। ହେଲେ ଘଟଣା ଦିନ ଅଭିଷେକ କ୍ରିତି ଓ ପ୍ରେମିକା ରହୁଥିବା ପିଜିକୁ ଆସି କ୍ରିତିଙ୍କୁ ଆକ୍ରମଣ କରିଥିଲା। ଧାରୁଆ ଛୁରୀରେ କ୍ରିତିଙ୍କ ଗଳା କାଟିବା ସହ ତାଙ୍କ ପେଟରେ ଛୁରୀ ଭୁଶିଥିଲା ଅଭିଯୁକ୍ତ। ସାହାଯ୍ୟ ପାଇଁ କ୍ରିତି ପାଟି କରିଥିଲେ ବି କେହି ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ, ଯାହା ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
କୁହାଯାଉଛି ଯେ, ସେହି ସମୟରେ କ୍ରିତିଙ୍କ ସାଙ୍ଗ ରୁମରେ ନଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-271.jpg)