ହରିଆଣା: ହରିଆଣାର ଚରଖି ଦାଦରିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା ଜାଣିବାକୁ ମିଳିଛି। ଅଭିଯୋଗ ରହିଛି ଯେ ଯୋଗ ଶିକ୍ଷକ ଜଣକ ଅନ୍ୟ ଜଣଙ୍କ ପତ୍ନୀଙ୍କ ସହ ଅନୈତିକ ସଂପର୍କ ରଖିଥିଲେ।
ରୋହତକର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଯୋଗ ଶିକ୍ଷକ ଥବା ଜଗଦୀପଙ୍କୁ ଅପହରଣ କରି ସାତ ଫୁଟ ଗଭୀର ଗାତରେ ଜୀବନ୍ତ ପୋତି ଦିଆଯାଇଥିଲା। ଅପରାଧର ତିନି ମାସ ପରେ ମାର୍ଚ ୨୪ ତାରିଖରେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି।
ପୁଲିସର ସୂଚନା ଅନୁଯାୟୀ, କାମ ସାରି ଘରକୁ ଫେରୁଥିବା ସମୟରେ ଡିସେମ୍ବର ୨୪ ତାରିଖରେ ଜଗଦୀପଙ୍କୁ ଅପହରଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କର ହାତ ଗୋଡ଼ ବାନ୍ଧି ତାଙ୍କ ମୁହଁରେ ଟେପ୍ ଲଗାଇ ଦେଇଥିଲେ। ଯାହାଦ୍ୱାରା ସେ କୌଣସି ଶବ୍ଦ କରିପାରିବେ ନାହିଁ। ତା'ପରେ ତାଙ୍କୁ ଏକ ନିର୍ଜନ କ୍ଷେତକୁ ନିଆଯାଇଥିଲା, ଯେଉଁଠାରେ ଅଭିଯୁକ୍ତ ଏକ ଗଭୀର ଗାତ ଖୋଳିଥିଲେ। ଜଣେ ଶ୍ରମିକଙ୍କୁ ଏହା ଏକ ବୋରୱେଲ ପାଇଁ ଖୋଳାଯାଉଛି ବୋଲି କହି ଜଗଦୀପଙ୍କୁ ସେହି ଗାତରେ ଜୀବନ୍ତ ପୋତି ଦିଆଯାଇଥିଲା।
ଅପହରଣର ୧୦ ଦିନ ପରେ ଫେବ୍ରୁଆରି ୩ ତାରିଖରେ ଜଗଦୀପଙ୍କ ପାଇଁ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ପୁଲିସ ତିନି ମାସ ଧରି ତଦନ୍ତ ଜାରି ରଖିଥିଲା।