ହୋଟେଲ୍‌ ମାଲିକଙ୍କୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର : ହଂସପାଳ ଅଞ୍ଚଳରେ ଥିବା ଏକ ହୋଟେଲ୍‌ର ମାଲିକଙ୍କୁ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ନହରକଣ୍ଟା ଅଞ୍ଚଳର ରତିକାନ୍ତ ନାୟକ(୩୧)।

ପୁଲିସ ସୂଚନା ମୁତାବକ, ଗତ ୩୦ ତାରିଖ ରାତିରେ ହୋଟେଲ୍‌ ମାଲିକ ବିଳାସ ଚନ୍ଦ୍ର ରାଜ ହୋଟେଲ୍‌ ବନ୍ଦ କରୁଥିବା ସମୟରେ ରତିକାନ୍ତ ଓ ତାର ୨ ସହଯୋଗୀ ବିଳାସଙ୍କୁ ଖାଇବା ଅର୍ଡର କରିଥିଲେ। ତେବେ ହୋଟେଲ୍‌ ବନ୍ଦ ସମୟ ହୋଇଯାଇଥିବାରୁ ବିଳାସ ଅର୍ଡର ନେବାକୁ ମନା କରିଥିଲେ। ଏହାକୁ ନେଇ ରତିକାନ୍ତ ଓ ତାର ସହଯୋଗୀମାନେ ବିଳାସଙ୍କୁ ଗାଳିଗୁଲଜ କରିଥିଲେ। ବିଳାସ ପ୍ରତିବାଦ କରିବାରୁ ରତିକାନ୍ତ ଓ ତାର ସହଯୋଗୀମାନେ ବିଳାସଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିିଥିଲେ। ଏପରିକି ଦୋକାନରେ ଭଙ୍ଗାରୁଜା କରିଥିଲେ। ଏନେଇ ବିଳାସ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୂର୍ବରୁ ରତିକାନ୍ତର ସହଯୋଗୀକୁ ଗିରଫ କରିଥିଲା। ତେବେ ଆଜି ରତିକାନ୍ତ ଘରେ ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାରେ ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର