ଗ୍ୟାସ୍‌ ପାଇପ୍‌ କାଟି ପ୍ରଥମ ପତ୍ନୀକୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ଧଉଳି : ପ୍ରଥମ ପତ୍ନୀ ଓ ତିନି ତିନିଟି ପିଲାଙ୍କୁ ଛାଡ଼ି ଦ୍ୱିତୀୟ ପତ୍ନୀ ସହିତ ଫେରାର ହୋଇଯାଇଥିଲା ସ୍ୱାମୀ। ନ୍ୟାୟ ପାଇବା ପାଇଁ ପ୍ରଥମ ପତ୍ନୀ ଆଇନର ଆଶ୍ରୟ ନେବାରୁ ସ୍ୱାମୀ ଘରକୁ ଫେରି ଆସିଥିଲା। ହେଲେ ରୋଷେଇ ଘରେ ରନ୍ଧନ ଗ୍ୟାସ ଟାଙ୍କି ପାଇପ୍‌ କାଟି ପ୍ରଥମ ପତ୍ନୀକୁ ହତ୍ୟା ଉଦ୍ୟମ କରିବା ମାମଲାରେ ଆଜି ଧଉଳି ଥାନା ପୁଲିସ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସ୍ୱାମୀ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଲିଙ୍ଗିପୁର (ଶେଷାଦ୍ରିନଗର) ଅଞ୍ଚଳରେ ରହୁଥିବା ଅରକ୍ଷିତ ସ୍ୱାଇଁ। ତାଙ୍କ ପ୍ରଥମ ପତ୍ନୀ ଅନ୍ନପୂର୍ଣ୍ଣା ସ୍ୱାଇଁ ଆଜି ପୂର୍ବାହ୍ନରେ ଥାନାରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗକୁ ଭିତ୍ତିକରି ଧଉଳି ଥାନା ପୁଲିସ କେସ୍‌ ନଂ ୧୧୬/୧୭ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ସହ ଅରକ୍ଷିତକୁ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଂଜୁର ହେବାରୁ ଅରକ୍ଷିତକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ କହିଛନ୍ତି। ସେମାନଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଥିଲେ ମଧ୍ୟ ଅରକ୍ଷିତ ଆଉ ଜଣେ ମହିଳାଙ୍କ ସହିତ ଫେରାର ହୋଇ ଅନ୍ୟତ୍ର ରହୁଥିଲା।

ସମ୍ବନ୍ଧିତ ଖବର