ଭୁବନେଶ୍ୱର : ବାଇକ୍ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିବା ସହ ଗୋଟିଏ ବାଇକ୍ ଜବତ କରିଛି। ସେ ହେଲା ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ (୨୧)।
ଗତ ନଭେମ୍ବର ୨୦ ତାରିଖ ସନ୍ଧ୍ୟା ସମୟରେ ସୁଶାନ୍ତ ବରାଳ ନାମକ ଜଣେ ଯୁବକ ରସୁଲଗଡ଼ ଛକରେ ବାଇକ୍ ରଖି ମାକେର୍ଟିଂ କରୁଥିଲେ। ମାକେର୍ଟିଂ ସାରି ଫେରିବା ବେଳକୁ କେହି ବାଇକ୍ ନେଇ ପଳାଇଥିଲା। ଏନେଇ ସୁଶାନ୍ତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ବାଇକ୍ ନେଇ ଭୁବନେଶ୍ୱର ଆସିଥିବା ବେଳେ ପୁଲିସର ଚେକିଂ ବେଳେ ଧରା ପଡ଼ିଥିଲେ। ଗାଡ଼ି କାଗଜପତ୍ର ଯାଞ୍ଚ ବେଳେ ତାହା ଚୋରା ଗାଡ଼ି ବୋଲି ଜଣାପଡ଼ିଥିଲା। ତେବେ ବାଇକ୍ଟି ଜଣକ ନିକଟରୁ ୪ ହଜାର ଟଙ୍କା ଦେଇ କିଣିଥିବା ପୂର୍ଣ୍ଣଚନ୍ଦ୍ର ମାନି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/man1.jpg)