ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ଶିଶିଲୋ ଗ୍ରାମର ବିଷ୍ଣୁପ୍ରିୟା ପଣ୍ଡା (୩୮)ଙ୍କ ମୃତ୍ୟୁ ମାମଲାରେ ଆଜି ସ୍ଥାନୀୟ ପୁଲିସ ତାଙ୍କ ସ୍ବାମୀ ଭାଗ୍ୟଧର ପଣ୍ଡାଙ୍କୁ (୪୫) ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ଯୌତୁକ ଦାବି କରି ବିଷ୍ଣୁପ୍ରିୟାଙ୍କୁ ଶାଶୂଘରଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବିଷ୍ଣୁପ୍ରିୟାଙ୍କ ବାପା ମାୟାଧର ବାଲିଅନ୍ତା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ନଂ ୮୧/୨୦ ରେ ଏକ ମାମଲା ରୁଜୁ ହୋଇଛି। ୨୦୦୫ ମସିହାରେ ଭାଗ୍ୟଧର ଶ୍ରୀଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ବର ଅଞ୍ଚଳର ମାୟାଧର ଗରାବଡ଼ୁଙ୍କ ଝିଅ ବିଷ୍ଣୁପ୍ରିୟାଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛି ବର୍ଷ ପରେ ଆଉ ଅଧିକ ଯୌତୁକ ଦାବି କରି ଭାଗ୍ୟଧର ନିର୍ଯାତନା ଦେଇଥିବା ଦର୍ଶାଇଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ବିଷ୍ଣୁପ୍ରିୟା ବିଷ ଖାଇ ଗତକାଲି ଆତ୍ମହତ୍ୟା କରିଥିଲେ ବୋଲି ମାୟାଧର ଏତଲାରେ ଉଲ୍ଲେଖ କରିଛନ୍ତି।
ବାଲିଅନ୍ତା : ଯୌତୁକ ନିର୍ଯାତନା ମାମଲାରେ ସ୍ବାମୀ ଗିରଫ
/sambad/media/post_attachments/wp-content/uploads/2020/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)