ଖଣ୍ଡଗିରି : ଜଣେ ନାବାଳିକାକୁ ପ୍ରେମରେ ଫସାଇବା ପରେ ବିବାହର ପ୍ରଲୋଭନ ଦେଖାଇ ଘରୁ ଉଠାଇ ନେଇଥିବା ଅଭିଯୋଗରେ ଜଣେ ବିବାହିତ ଯୁବକକୁ ଖଣ୍ଡଗିରି ଥାନା ପୁଲିସ ପୁରୀ ବ୍ରହ୍ମଗିରିରୁ ଗିରଫ କରିଛି। ଯୁବକର ୩ଟି ସନ୍ତାନ ଅଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାକୁ ସେଠାରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି। ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ପୁଲିସ ସୂଚନାନୁସାରେ ଖଣ୍ଡଗିରିରେ ରହି ଜଣେ ଠିକାଦାରଙ୍କ ନିକଟରେ ଶ୍ରମିକଭାବେ କାମ କରୁଥିବା ଅଭିଯୁକ୍ତ ଜଣକ ପଡ଼ୋଶୀ ଘରର ନାବାଳିକାକୁ ପ୍ରେମରେ ଫସାଇ ଦେଇଥିଲା। ସେ ବିବାହିତ ବୋଲି ନାବାଳିକାକୁ ଜଣା ନ ଥିଲା। ତେଣୁ ବିବାହର ପ୍ରତିଶ୍ରୁତି ଦେଇ ସେ ଗତ ପ୍ରାୟ ୨ ସପ୍ତାହ ପୂର୍ବେ ନାବାଳିକାକୁ ନେଇ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ନାବାଳିକାର ପରିବାର ପକ୍ଷରୁ ଏକ ଅପହରଣ ଅଭିଯୋଗ କରାଯାଇଥିଲା ଓ ପୁଲିସ ମାମଲା ରୁଜୁ କରି ସେମାନଙ୍କୁ ଖୋଜିଥିଲା। ସେମାନେ ବ୍ରହ୍ମଗିରିରେ ଥିବା ଜାଣିବା ପରେ ପୁଲିସ ଗତ ରାତିରେ ସେମାନଙ୍କୁ ଠାବ କରିଥିଲା। ଆଜି ନାବାଳିକାର ଡାକ୍ତରୀ ମାଇନା କରାଯିବା ସହ ବୟାନ ରେକର୍ଡ କରାଯାଇଛି।
ଖଣ୍ଡଗିରି : ନାବାଳିକାକୁ ପ୍ରେମ,୩ ପିଲାର ବାପା ଗିରଫ
/sambad/media/post_attachments/wp-content/uploads/2020/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)