ନାଗପୁର: ନାଗପୁରଠାରୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ଵିଟ୍‌ ଅଫ୍‌ ଟେକ୍‌ନୋଲୋଜି(ଆଇଆଇଟି), କାନପୁରର ଜଣେ ପୋଷ୍ଟ୍‍ ଗ୍ରାଜୁଏଟ୍‌ ଛାତ୍ରକୁ ଗିରଫ କରାଯାଇଛି। ଛାତ୍ର ଜଣକ ଏକ େଓ୍ଵବ୍‌ସାଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ନେଇ ମାଗଣାରେ ଲାପଟପ୍‌ ଓ ସୌର ପ୍ୟାନେଲ୍‌ ପରି ନକଲି ଅଫ୍‌ର ଦେବା ପରେ ତାଙ୍କୁ ଗିରଫ କରାଯାଇଛି।

Advertisment

ଲୋକମାନଙ୍କୁ ଠକୁଥିବା ପୂର୍ବରୁ ମଧ୍ୟ ଏପରି ଅନେକ ଠକ େଓ୍ଵବ୍‌ସାଇଟ୍‌ ମାଲିକଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

publive-image The Independent

ନିକଟରେ ସରକାରୀ ସୂତ୍ରରୁ ୨ଟି େଓ୍ଵବ୍‌ସାଇଟ୍‌କୁ ଚିହ୍ନଟ କରାଯାଇଛି। ଗୋଟିଏ େଓ୍ଵବ୍‌ସାଇଟ୍‌ରେ ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ନାମ ନେଇ ମାଗଣା ଲାପ୍‌ଟପ ଅଫର୍‌ କରାଯାଉଥିବା ବେଳେ ଅନ୍ୟଟିରେ ମାଗଣା ସୌର ପ୍ୟାନେଲ୍‌ ଅଫର କରାଯାଇଥିବା ଦେଖିବାକୁ ମିଳିଥିଲା। ଦୁଇଟି ଯାକ େଓ୍ଵବ୍‌ସାଇଟ୍‌ରେ ଭ୍ୟୁଅରମାନଙ୍କ ଫର୍ମ ପୂରଣ କରିବା ପାଇଁ କୁହାଯାଇଥିଲା।

ଏହାକୁ ଭିତ୍ତି କରି ଆଇଟି ଆକ୍ଟର ଧାରା ୬୬ଡି ଅଧୀନରେ ଗତ ମେ ୩୦ ତାରିଖରେ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି।