ଫେସ୍‌ବୁକ୍‌ରେ ଫଟୋ ଛାଡ଼ିବା ମହଙ୍ଗା ପଡ଼ିଲା : ଅଭିଯୋଗ ପରେ ଯୁବକ ଗିରଫ

ଭୁବନେଶ୍ୱର : ଫେସ୍‌ବୁକ୍‌ରେ ପ୍ରେମିକାଙ୍କ ଫଟୋ ପୋଷ୍ଟ କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଜଗତସିଂହପୁର ଜିଲ୍ଲାର ବିଶ୍ୱନାଥ ପଣ୍ଡା। ଏଠାରେ ମଞ୍ଚେଶ୍ୱର ଗାଁରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲା। ଯୁବତୀ ଜଣଙ୍କ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହଷ୍ଟେଲ୍‌ରେ ରହି ପଢ଼ୁଥିଲେ। ସେ ମଝିରେ ମଝିରେ ମଞ୍ଚେଶ୍ୱର ଗାଁରେ ଥିବା ମାଉସୀଙ୍କ ଘରକୁ ବୁଲି ଆସୁଥିଲେ। ଏହି ସମୟରେ ବିଶ୍ୱନାଥ ସହ ଯୁବତୀଙ୍କ ଭେଟ ହୋଇଥିଲା। ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ପରେ ବିଶ୍ୱନାଥ ଯୁବତୀଙ୍କୁ ନିଜ ପାଖକୁ ନେଇଆସିଥିଲା। ଆଉ ଉଭୟ ଶରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣଙ୍କ ବିଶ୍ୱନାଥ ସହ ପାଖାପାଖି ଅଢ଼େଇ ମାସ ରହିବା ପରେ ସେଠାରୁ ପଳାଇଥିଲେ। ଆଉ ବିଶ୍ୱନାଥଙ୍କ ପାଖକୁ ଫେରି ନଥିଲେ। ଫଳରେ ବିଶ୍ୱନାଥ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ କେତେକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲା। ଏନେଇ ଯୁତବୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏଆଜି ବିଶ୍ୱନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର