ବିମାନବନ୍ଦର ନିର୍ଦେଶକଙ୍କୁ ଗାଳିଗୁଲଜ କରିବା ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକଙ୍କ ଲ୍ୟାଣ୍ଡ ଫୋନ୍‌କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଏୟାରଫିଲ୍‌ଡ ଥାନା ପୁଲିସ ଜଣେ ଯୁବକକୁୁ ଗିରଫ କରିଛି। ତା ନାଁ ବସନ୍ତ ପୃଷ୍ଟି। ଘର କଟକ ଜିଲ୍ଲା ବୈଦେଶ୍ୱରରେ। ସେ ଜଣେ ମାନସିକ ବିକୃତ ଯୁବକ ବୋଲି ପୁଲିସ କହିଛି।

ଏଠାରେ ପ୍ରକାଶଥାଉକି, ଗତ ଏକ ସପ୍ତାହ ହେବ ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକଙ୍କ ଲ୍ୟାଣ୍ଡ ଲାଇନ୍‌ ଟେଲିଫୋନ୍‌ ନମ୍ବରକୁ ଏଭଳି ଫୋନ୍‌ କଲ ଲଗାତାର ଭାବେ ଆସୁଛି। ତେବେ ଗତକାଲି ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ଏୟାରଫିଲ୍‌ଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ନିଜେ ଡିସିପି ଅନୁପ ସାହୁ ବିମାନବନ୍ଦର ଯାଇ ଯାଞ୍ଚ କରିଛନ୍ତ।

ନିର୍ଦେଶକ ଶ୍ରୀ ହୋତାଙ୍କ ଅଭିଯୋଗ ଅନୁଯାୟୀ, କେହି ଜଣେ ବ୍ୟକ୍ତି ନିଜକୁ ପରିଡ଼ା ବାବୁ ବୋଲି ପରିଚୟ ଦେଇ ଗତ କିଛି ଦିନ ହେବ ୭୮୭୩୬୦୫୯୩୩ ମୋବାଇଲ ଫୋନ୍‌ ନମ୍ବରରୁ ଅଶ୍ଳୀଳ ଭାଷାରେ ଧମକପୂର୍ଣ ଫୋନ୍‌ କଲ କରୁଥିଲା। ପଚାରିଲେ ଓଲଟି ଗାଳିଗୁଲଜ କରୁଥିଲା। ତା କଥାବାର୍ତାରୁ ଜଣାପଡ଼ୁଥିଲା ସେ ପ୍ରଚୁର ପରିମାଣର ମଦ୍ୟପାନ କରିଛି, କିମ୍ବା ଅନ୍ୟ କୌଣସି ନିଶା ସେବନ କରିଥିଲା ବୋଲି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେହି ମୋବାଇଲ୍‌ ନମ୍ବରକୁ ଅଧାର କରି ବସନ୍ତକୁ ଆଜି ଗିରଫ କରିଛି।

ସମ୍ବନ୍ଧିତ ଖବର