ମୁମ୍ବାଇ: ମୁମ୍ବାଇର ବ୍ରିହନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ(ବେଷ୍ଟ୍) ବସ୍ରେ ଜଣେ ବ୍ୟକ୍ତି ତାଙ୍କ ପ୍ୟାଣ୍ଟ୍ ଖୋଲା କରି ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ରାଜେନ୍ଦ୍ର ପତିଙ୍କୁ ମୁମ୍ବାଇ ପୁଲିସ୍ ଶୁକ୍ରବାର ଗିରଫ କରିଛି। ସେ ଚେମ୍ବୁର୍ର ଲାଲ୍ ଦୋଙ୍ଗର ଅଞ୍ଚଳର ବାସିନ୍ଦା। ତାଙ୍କୁ ଗିରଫ ପରେ ନ୍ୟାୟିକ ହେପାଜତ୍ରେ ରଖାଯାଇଛି।
ଜାଣିବାକୁ ମିଳିଛି ଯେ ମହିଳା ଜଣକ ବସ୍ରେ ଛିଡ଼ା ହୋଇ ଯାତ୍ରା କରୁଥିଲେ। ତାଙ୍କୁ ପଛରୁ କେହି ଜଣେ ଅଶାଳୀନ ଭାବେ ସ୍ପର୍ଶ କରୁଥିବାର ସେ ଅନୁଭବ କଲେ। ସେ ପ୍ରଥମେ ତାଙ୍କ ପଛରେ ଛିଡ଼ା ହୋଇଥିବା ଲୋକଙ୍କୁ ଅଣଦେଖା କରିବାକୁ ଲାଗିଲେ। ମାତ୍ର ଧୀରେ ଧୀରେ ରାଜେନ୍ଦ୍ରଙ୍କ ଅଶ୍ଳୀଳାମୀ ବଢ଼ିବାକୁ ଲାଗିଲା। ମହିଳା ଜଣକ ଅନୁଭବ କଲେ ଯେ ବସ୍ରେ ଆହୁରି ଅନେକ ଜାଗା ଥାଇ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କ ପାଖକୁ ଗୁଞ୍ଜି ହୋଇ ଛିଡ଼ା ହେବା ସହ ନିଜ ପ୍ୟାଣ୍ଟ୍ର ଚେନ୍ ଖୋଲା କରିଦେଲେ।
/sambad/media/post_attachments/wp-content/uploads/2019/10/1536983788-Mumbai_Local_Platforms-300x205.jpeg)
ମହିଳା ଜଣକ ଶେଷରେ ଆଉ ଚୁପ୍ ନ ରହି ଅଭିଯୁକ୍ତଙ୍କ ଗାଲରେ ଏକ ଥାପଡ଼ ଦେବା ସହ ପାଟି କରିଥିଲେ। ବସ୍ରେ ଥିବା ଅନ୍ୟ ସମସ୍ତ ଲୋକ ଅଭିଯୁକ୍ତକୁ ଘେରି ଯିବା ସହ ଡ୍ରାଇଭର୍କୁ ବସ୍କୁ ମେରାଇନ୍ ଡ୍ରାଇଭ୍ ପୁଲିସ୍ ଷ୍ଟେସନ୍ ଆଡ଼େ ନେବାକୁ କହିଥିଲେ। ସତକୁସତ ବସ୍ ଚାଳକ ଗାଡ଼ିକୁ ପୁଲିସ୍ ଷ୍ଟେସନ୍ ଆଡ଼େ ନେଇ ରାଜେନ୍ଦ୍ରଙ୍କୁ ପୁଲିସ୍କୁ ହସ୍ତାନ୍ତର କରାଇଥିଲେ।