ମଦ ଦୋକାନ ସେଲସ୍‌ମ୍ୟାନ୍‌କୁ ମାଡ଼ ମାରି ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାରଫିଲଡ ଥାନା ଅନ୍ତର୍ଗତ ୟୁନିଟ୍‌ ୬ ନୂଆ ଏୟାରପୋର୍ଟ ରାସ୍ତା ନିକଟରେ ଥିବା ମଦ ଦୋକାନ ସେଲସ୍‌ମ୍ୟାନ୍‌କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଶ୍ରୀଲିଙ୍ଗରାଜ ଥାନା ଅଧୀନ ବ୍ୟାଙ୍କ କଲୋନିର ରାଜେନ୍ଦ୍ର ରାଉତ(୫୨)। ପୁଲିସ ସୂଚନା ଅନୁଯାୟୀ ରାଜେନ୍ଦ୍ର ଗତକାଲି ରାତିରେ ମଦ ବାଗିବାକୁ କେନ୍ଦ୍ର କରି ସେଲସ୍‌ମ୍ୟାନ୍‌ ବିଜୟ କୁମାର ଲେଙ୍କାକୁ ମାଡ଼ ମାରି ଗୁରୁତର କରିଥିଲା। ଏନେଇ ଅଭିଯୋଗ ପରେ ପୁଲିସ ରାଜେନ୍ଦ୍ରକୁ ଗିରଫ କରିଛି।

ସମ୍ବନ୍ଧିତ ଖବର