୩ଟି ସନ୍ତାନର ବାପା ହେବା ପରେ ମଧ୍ୟ ପର ନାରୀକୁ ମନ ଦେଇ ବସିଲେ ଯୁବକ, ପେଚା ବଳି ଦେବା ବେଳେ ଚାଲିଗଲା ବାପାଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀରେ ଅନ୍ଧବିଶ୍ୱାସ ପାଇଁ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ଧବିଶ୍ୱାସର ପରିଣତି କେତେ ଖରାପ ହୋଇ ପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ଜଣେ ମହିଳାଙ୍କୁ ପାଇବା ପାଇଁ ଯୁବକ ଆପଣାଇଥିବା ବାଟ ତାକୁ ନିଜ ବାପାଙ୍କଠାରୁ ଦୂରକୁ ନେଇ ଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସୁଲତାନପୁରୀରେ ରହୁଥିବା ୪୦ବର୍ଷୀୟ କହ୍ନେଇଆ ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ସନ୍ତାନ ଥିଲେ । ବିବାହ ପରେ ମଧ୍ୟ ସେ ଅନ୍ୟ ଜଣେ ମହିଳାଙ୍କୁ ମନ ଦେଇ ବସିଥିଲେ । ତାଙ୍କୁ ପାଇବା ପାଇଁ ଅନ୍ୟ କୌଣସି ବାଟ ନ ପାଇ ସେ ତନ୍ତ୍ର ସାଧନାର ବାଟ ଆପଣାଇଥିଲେ । ଏହି କାମରେ ତାଙ୍କୁ ତାଙ୍କ ଭିଣୋଇ ସାହାଯ୍ୟ କରିଥିଲେ । ଦୀପାବଳି ରାତିରେ ଯଦି ଗୋଟେ ପେଚାର ବଳି ଚଢ଼ାଯାଏ,ତେବେ ସେ ଚାହୁଁଥିବା ସ୍ତ୍ରୀ ତାଙ୍କ ଅଧିନକୁ ଆସିଯିବ ବୋଲି କହ୍ନେଇଆଙ୍କୁ ଭିଣୋଇ କନ୍ନୁ କହିଥିଲେ । ଏ ନେଇ କନ୍ନୁ କହେ୍ଵଇଆଙ୍କୁ ଆଣି ପେଚା ଦେବା ସହ ଦୀପାବଳି ଦିନ ରାତିରେ ତନ୍ତ୍ରମନ୍ତ୍ର ଆରମ୍ଭ କରିଥିଲେ । କିନ୍ତୁ ପରଦିନ କହ୍ନେଇଆଙ୍କ ବାପା ଆର ପାରିକୁ ଚାଲି ଯାଇଥିଲେ ।

Altcoin Today

ବାପାଙ୍କ ମୃତ୍ୟୁ ପରେ ମଧ୍ୟ କହ୍ନେଇଆ ପେଚାର ପରକୁ ନେଇ ତନ୍ତ୍ର ସାଧନା କରିବା ଆରମ୍ଭ କରିଥିଲେ । କହ୍ନେଇଆଙ୍କ ଏଭଳି ସନ୍ଦିଗ୍ଧ ବ୍ୟବହାର ଦେଖି ପଡ଼ୋଶୀ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ କହ୍ନେଇଆକୁ ଗିରଫ କରିବା ସହ ତାଙ୍କ ଘରର କୁଲରରୁ ମୃତ ପେଚାକୁ ଉଦ୍ଧାର କରିଥିଲେ । ପେଚା ଏବେ ସଂରକ୍ଷିତ ପକ୍ଷୀମାନଙ୍କ ସୂଚୀରେ ଆସୁଥିବାରୁ ତାକୁ ବନ୍ଦୀ କଲେ ବା ହତ୍ୟା କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜରିମାନା ମଧ୍ୟ ଭୋଗିବାକୁ ପଡ଼ିପାରେ ।

ସମ୍ବନ୍ଧିତ ଖବର