ଭାଉଜକୁ ଅସଦାଚରଣ ଅଭିଯୋଗରେ ଦିଅର ଗିରଫ

ପୁରୁଣା ଭୁବନେଶ୍ୱର : ଭାଉଜକୁ ଅସଦାଚରଣ କରିବା ଅଭିଯୋଗରେ ଏୟାରଫିଲଡ୍‌ ଥାନା ପୁଲିସ ଅଭିଯୁକ୍ତ ଦିଅରକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ଭୋଇ ସାହିର ବାବୁଲି ଭଞ୍ଜ (୩୭)। ପୁଲିସ ସୂଚନା ଅନୁଯାୟୀ, ଭାଉଜ ଦିଅର ୫ବର୍ଷ ହେଲା ସୁନ୍ଦରପଦାରେ ଏକାଠି ରହୁଥିଲେ। ତେବେ ବାବୁଲି ତାଙ୍କୁ ଅସଦାଚରଣ କରିଥିବା ନେଇ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିବାରୁ ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର