ଗୁରୁଗ୍ରାମ : ଇନ୍ଷ୍ଟାଗ୍ରାମରେ ମହିଳାଙ୍କ ନାମରେ ନିଜର ଫେକ୍ ଆକାଉଣ୍ଟ କରି ପୁରୁଷମାନଙ୍କଠାରୁ ଟଙ୍କା ହଡ଼ପ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣଙ୍କ ଆକାଶ ଚୌଧୁରୀ(୩୮) ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ଗୁରୁଗ୍ରାମର ବାସିନ୍ଦା ଥିବା ଜଣା ପଡ଼ିଛି । ପୁରୁଷମାନଙ୍କଠାରୁ ଅଭିଯୁକ୍ତ ଜଣଙ୍କ ଇ-ଓ୍ଵଲେଟ୍ ମାଧ୍ୟମରେ ଠକି କରି ଟଙ୍କା ଆଣୁଥିବା ବେଳେ ପରେ ଏହାକୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରୁଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଏହା ସହ ଇନ୍ଷ୍ଟାଗ୍ରମରେ ଥିବା ତାଙ୍କର ଫେକ୍ ଆଇଡ଼ିରେ ପ୍ରାୟ ୧ମିଲିୟନ ଫଲୋଓ୍ଵର୍ସ ରହିଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/04/download-82.jpg)
ସୂଚନା ମୁତବାକ, ବିଭିନ୍ନ ସୋସିଆଲ ସାଇଟ୍କୁ ଯାଇ ଅଭିଯୁକ୍ତ ଜଣଙ୍କ କିଛି ମହିଳାଙ୍କ ପ୍ରୋଫାଇଲ୍ ଚେକ୍ କରିବା ସହ ସେମାନଙ୍କ ଫଟୋକୁ ନିଜ ଫୋନରେ ରଖି ଦେଉଥିଲେ । ଏହା ପରେ ସେହି ଫଟୋକୁ ବ୍ୟବହାର କରି ଇନ୍ଷ୍ଟାଗ୍ରାମରେ ବିଭିନ୍ନ ନାମରେ ନୂଆ ଆକାଉଣ୍ଟ କରିବା ସହ ପୁରୁଷମାନଙ୍କୁ ନିଜର ଦିଓ୍ଵାନା ବନାଉଥିଲେ । କିଛି ଦିନ କଥା ହୋଇ ପୁରୁଷମାନଙ୍କୁ ଜାଲରେ ଫସାଇବା ପରେ ସେମାନଙ୍କୁ ବ୍ଲାକ୍ମେଲ କରି ସେମାନଙ୍କଠାରୁ ଟଙ୍କା ହଡ଼ପ୍ କରୁଥିଲେ । ଆକାଶ ପୂର୍ବରୁ କଲ୍ ସେଣ୍ଟରରେ କାମ କରୁଥିବାରୁ ଏହି କାମ ସେ ଭଲ ଭାବରେ କରି ପାରୁଥିଲେ ବୋଲି ଜଣା ପଡ଼ିଛି ।