୫୦ଟି ମଣିଷ ଖପୁରୀ ଓ ହାଡ ସହିତ ରେଳଷ୍ଟେସନ୍‌ରୁ ଜଣେ ଯୁବକ ଗିରଫ

ନୂଆଦିଲ୍ଲୀ: ବିହାରର ସରନ୍‌ ଜିଲ୍ଲାର ଛାପରା ରେଲେଓ୍ଵ ଷ୍ଟେସନ୍‌ରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜିଆରପି ପୁଲିସ ସନ୍ଦେହରେ ଗିରଫ କରିଥିଲା। ଏହାପରେ ଏହି ଯୁବକଙ୍କ ପାଖରେ ଜିଆରପି ପୁଲିସ ଯାହା ଦେଖିଥିଲା ତାହା ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିିଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଓ ଅନ୍ୟ ଲୋକେ। ଏହି ସନ୍ଦିଗ୍ଧ ବ୍ୟକ୍ତିର ପୁଲିସ ଯେତେବେଳେ ଯାଞ୍ଚ କରିଥିଲା ତା’ପାଖରେ ୫୦ଟି ମଣିଷ ଖପୁରୀ ସହିତ ହାଡ ଥିବା ଦେଖିବାକୁ ପାଇଥିଲା। ଅଭିଯୁକ୍ତଙ୍କ ନାମ ସଞ୍ଜୟ ପ୍ରସାଦ ବୋଲି ଜଣାପଡ଼ିଛି। ଯିଏକି ବଲିୟା-ସିୟାଲଦାହ ଏକ୍ସପ୍ରେସରେ ଯାତ୍ରା କରୁଥିଲା ବୋଲି ଜିଆରପି ପୁଲିସ ସୂତ୍ରରୁ ପ୍ରକାଶା।

ପୁଲିସ ସନ୍ଦେହ କରୁଛି କି, ଅଭିଯୁକ୍ତ ଉତ୍ତରପ୍ରଦେଶର ବଲିୟା ସହରରୁ ଏହି ନରକଙ୍କାଳକୁ ଆଣି ଭୁଟାନ୍‌ ଓ ଚୀନକୁ ଚାଲାଣ କରିବ ବୋଲି ଯୋଜନା ରଖିଥିଲା। ସୋନପୁର ଡିଏସ୍‌ପି ମୋହମ୍ମଦ ତନବୀରଙ୍କ କହିବାନୁସାରେ, ଅଭିଯୁକ୍ତ ସଞ୍ଜୟ ପ୍ରସାଦ ଠାରୁ ଜିଆରପି ପୁଲିସ ନେପାଳ ଓ ଭୁଟାନ୍‌ ମୁଦ୍ରା ଜବତ କରିଛି। ଏଥିସହିତ ଉକ୍ତ ଅଭିଯୁକ୍ତଙ୍କ ଠାରୁ ଅନେକ ଏଟିଏମ୍‌ ମଧ୍ୟ ଜବତ ହୋଇଛି। ସଞ୍ଜୟ ପ୍ରସାଦକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧିତ ଖବର