ନୂଆଦିଲ୍ଲୀ: #ମିଠୁ ମାମଲା ଏବେ ପୁଣି ସାମ୍ନା ଆସିଛି। ଏହି କ୍ରମରେ ସାଉଥର ଚର୍ଚ୍ଚିତ ସିଙ୍ଗର ଚିନ୍ମୟୀ ଶ୍ରୀପଦାଙ୍କୁ ଜଣେ ବ୍ୟକ୍ତି ନ୍ୟୁଡ ଫଟୋ ମାଗିଥିଲେ। ତେବେ ଚିନ୍ମୟୀ ଏହି ଘଟଣାରେ ଚୁପ୍ ରହିବା ବଦଳରେ କଡ଼ା ଜବାବ ଦେଇଛନ୍ତି କିନ୍ତୁ ଟିକେ ଭିନ୍ନ ଶୈଳୀରେ।
ଚିନ୍ମୟୀ ନ୍ୟୁଡ ଫଟୋ ମାଗିଥିବା ବ୍ୟକ୍ତିଙ୍କୁ କିଛି ଲିପ୍ଷ୍ଟିକ୍ ଫଟୋ ସେୟାର କରିଥିଲେ । ଏହି ନ୍ୟୁଡ ଫଟୋ ସେୟାର କରି ଚିନ୍ମୟୀ ଲେଖିଥିଲେ, ଏହା ହେଉଛି ମୋର ପସନ୍ଦର କିଛି ନ୍ୟୁଡସ୍ । ତେବେ ଆପଣ ସମସ୍ତଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ନ୍ୟୁଡ ଲିପ୍ଷ୍ଟିକ୍ ସେହି ଲିପ୍ଷ୍ଟିକ୍କୁ କୁହାଯାଏ, ଯାହାକି ମଣିଷ ଶରୀରର ରଙ୍ଗ ସହିତ ମିଶିଥାଏ। ଏକ୍ସପର୍ଟଙ୍କ ମୁତାବକ, ନ୍ୟୁଡ ଲିପ୍ଷ୍ଟିକ୍ର କାଟାଗୋରିରେ ୨୦ରୁ ୩୦ ସ୍କିନ୍ ଟୋନ୍ର ଅଲଗା-ଅଲଗା ସେଡ୍ସ ରହିଥାଏ।
In the meanwhile.. for some entertainment pic.twitter.com/JwarkEaKDz
— Chinmayi Sripaada (@Chinmayi) May 20, 2019
ତେବେ ଚିନ୍ମୟୀଙ୍କ ସହିତ ଏହା ପୂର୍ବରୁ ବି ଏମିତି ଘଟଣା ଘଟି ସାରିଛି। ଇଣ୍ଡଷ୍ଟ୍ରିର ଅନେକ ନାମୀ ଲୋକଙ୍କ ଦ୍ୱାରା ସେ #ମିଠୁର ଶିକାର ହୋଇଛନ୍ତି। ଏଥିପାଇଁ ମୁହଁ ଖୋଲିଥିବା ହେତୁ ତାଙ୍କୁ ଧମକ ବି ମିଳିଥିଲା।