ଏତଲା ନ ଲେଖିବାରୁ ଟ୍ରାଫିକ ପୁଲିସଙ୍କ ଉପରକୁ ଆକ୍ରମଣ କଲା ନିୟମ ଉଲ୍ଲଂଘନକାରୀ

ବେଙ୍ଗାଲୁରୁ: ୫୮ବର୍ଷୀୟ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର(ଏଏସଆଇ) ଲୋକେଶଙ୍କୁ ଜଣେ ଯୁବକ ପଥର ମାଡ଼ କରିବା ସହ ତାଙ୍କ ମୁହଁକୁ ରାମ୍ପୁଡ଼ି ଦେଇଥିବା ଜଣା ପଡ଼ିଛି। ଘଟଣାଟି ମଙ୍ଗଳବାର ବେଙ୍ଗାଲୁରୁରେ ଘଟିଥିବା ବେଳେ ଆକ୍ରମଣ ପରେ ଅଭିଯୁକ୍ତ ଜଣଙ୍କ ଖସିଯିବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ।

ମିଳିଥିବା ସୂଚନା ମୁତାବକ, ଏଏସଆଇ ଲୋକେଶ ଏବଂ ତାଙ୍କର ଟିମ୍ ମଙ୍ଗଳବାର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ କାବୁ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଚେକିଂ ଚାଲୁଥିବା ବେଳେ ସି ଭାରତ(୨୨) ନାମକ ଜଣେ ଯୁବକଙ୍କୁ କାବୁ କରିଥିଲେ ଏଏସଆଇ ଲୋକେଶ। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦେଖି ଏଏସଆଇ ଲୋକେଶ ତାଙ୍କୁ ଅଟକାଇଥିଲେ। ଏହା ପରେ ଭାରତ ଏଏସଆଇ ଲୋକେଶଙ୍କୁ ଏତଲା ଲେଖୁଛ କି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରରେ ଏଏସଆଇ ଲୋକେଶ କହିଥିଲେ, ନାଁ କୌଣସି ଏତଲା ଲେଖା ହୋଇନାହିଁ। ଆଗକୁ ନିୟମ ପାଳନ କରିବ। ଏବେ ତୁମେ ଯାଇ ପାର। ଏହା ଶୁଣିବା ପରେ ଭାରତ ରାଗି ଯାଇ ଏଏସଆଇ ଲୋକେଶଙ୍କ ମୁହଁକୁ ରାମ୍ପୁଡ଼ି ପକାଇଥିଲେ। ଲୋକେଶ ଏହାର ବିରୋଧ କରିବାରୁ ଭାରତ ପାଖରେ ପଡ଼ିଥିବା ଇଟା ଆଣି ତାଙ୍କ ଉପରକୁ ଫିଙ୍ଗିଥିଲେ। ଲୋକେଶ ପାଟି କରିବାରୁ ଭାରତ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଖପାଖରେ ଥିବା ଲୋକେ ଭାରତକୁ କାବୁ କରିନେଇଥିଲେ।

Image result for traffic cop
Hindustan Times

ଘଟଣା ଘଟିବା ପରେ ଲୋକେଶ କହିଛନ୍ତି, ମୋର ୩୭ବର୍ଷର ଚାକିରି ଜୀବନରେ ଏତଲା ନ ଲେଖିଲେ ଏଭଳି କେହି କରିବାର ଅଭିଜ୍ଞତା ନ ଥିଲା।

ସମ୍ବନ୍ଧିତ ଖବର