କଲ୍ୟାଣ (ମହାରାଷ୍ଟ୍ର): ସ୍ୱାମୀଙ୍କ ଅନୈତିକ ଯୌନକ୍ରୀୟା ଦାବିକୁ ଅଗ୍ରାହ୍ୟ କରିଦେବାରୁ ଯୌନବିକାରଗ୍ରସ୍ତ ସ୍ୱାମୀ ତାଙ୍କର ୨୦ ବର୍ଷୀୟା ପତ୍ନୀଙ୍କୁ ମାଡ଼ ମାରି ତାଙ୍କ ଚୁଟି କାଟି ଦେଇଛନ୍ତି। ଏ ସମ୍ପର୍କରେ ମହିଳା ଜଣକ ଥାନାରେ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମହାରାଷ୍ଟ୍ରର ଥାନେ ଜିଲ୍ଲା କଲ୍ୟାଣ ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବକ ବର୍ଷକ ତଳେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ବିବାହ କରିଥିଲେ। ମାତ୍ର ସ୍ୱାମୀଜଣକ ବିଭିନ୍ନ ପର୍ଣ୍ଣ ଭିଡିଓର ଆଡିକ୍ଟ ହେବା ସହିତ ଯୌନ ବିକାରଗ୍ରସ୍ତ ହୋଇପଡ଼ିଥିଲେ। ତେଣୁ ସେ ତାଙ୍କ ପତ୍ନୀଙ୍କୁ ଅଶ୍ଳିଳ ଭିଡ଼ିଓ ଦେଖିବାକୁ ବାଧ୍ୟ କରିବା ସହିତ ତାଙ୍କ ସହିତ ସମାନ ଢ଼ଙ୍ଗରେ ଯୌନକ୍ରିୟା ରଖିବାକୁ ବାଧ୍ୟ କରୁଥିଲେ। ମାତ୍ର ଏଥିରେ ପତ୍ନୀ ରାଜି ନ ହେବାରୁ ଉଦ୍ଭ୍ରାନ୍ତ ସ୍ୱାମୀ ପତ୍ନୀଙ୍କ ହାତଗୋଡ଼ ବାନ୍ଧି ତାଙ୍କ ସହିତ ଅପ୍ରାକୃତିକ ଯୌନକ୍ରିୟା ରଖିବାକୁ ବାଧ୍ୟ କରିଥିଲେ। ଏପରିକି ସେ ସ୍ୱାମୀଙ୍କ ଏହି ବିକାର ମାନସିକତାର ଦାବିକୁ ପୂରଣ ନ କରିବାରୁୁ ଯୁବକ ଜଣକ ତାଙ୍କୁ ବାନ୍ଧି ବାରମ୍ବାର ମାଡ଼ ମାରନ୍ତି। ସେହିପରି ନିକଟରେ ପତ୍ନୀ ଜଣକ ସ୍ୱାମୀଙ୍କ ଅନୈତିକ ଯୌନକ୍ରିୟା ଦାବିକୁ ବିରୋଧ କରି ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କ ଚୁଟି କାଟିବା ସହିତ ଏହାର ଫଟୋ ଉଠାଇ ଯୁବତୀଙ୍କ ମଆଙ୍କ ପାଖକୁ ପଠାଇଥିଲେ। ଏହି ଘଟଣା ପରେ ପୀଡ଼ିତା ସ୍ତ୍ରୀ ନିଜ ବାପଘରକୁ ଚାଲି ଆସିବା ସହିତ ଏକ ସ୍ୱେଛାସେବୀ ଅନୁଷ୍ଠାନର ସହାୟତାରେ ବାଜେପଥ ପୁଲିସ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ଦଫା ୩୭୭ ଓ ଦଫା ୩୨୩ରେ ଗିରଫ କରାଯାଇଛି।
ଅପ୍ରାକୃତିକ ଯୌନକ୍ରିୟା ପାଇଁ ପତ୍ନୀଙ୍କୁ ବାଧ୍ୟ କରି ସ୍ୱାମୀ ଗିରଫ
/sambad/media/post_attachments/wp-content/uploads/2017/11/representative.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)