ବିବାହ ସରିବା ପରେ ଶାଶୁ ଘରେ ପହଞ୍ଚିଲା ବୋହୂ, ପରୀକ୍ଷା କେବେ ବୋଲି ରାତିରେ ପଚାରିଲେ ସ୍ୱାମୀ, ସକାଳୁ ଉଠିବା ପରେ ବଦଳିଗଲା ସବୁକିଛି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିବାହର ପରଦିନ ବର ଯେଉଁ ପଦକ୍ଷେପ ନେଇଥିଲା, ତାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି । ଫେବୃଆରୀ ୨୧ରେ ବିବାହ ପରେ ଫେବୃଆରୀ ୨୨ରେ ବୋହୂ ଘରକୁ ଆସିଥିଲା । ତୁମ ପରୀକ୍ଷା କେଉଁ ଦିନ? ବୋଲି ସ୍ୱାମୀ ନିଜ ପତ୍ନୀଙ୍କୁ ପଚାରିବା ପରେ ଦୁହେଁ ଶୋଇବାକୁ ଚାଲି ଯାଇଥିଲେ । କିନ୍ତୁ ସକାଳୁ ଉଠିବା ପରେ ସବୁ ବଦଳି ଯାଇଥିଲା । ସକାଳୁ ଉଠିବା ପରେ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ଦେଖି ଅଚେତ୍‌ ହୋଇ ଯାଇଥିଲେ ପତ୍ନୀ ।

ହଠାତ୍‌ କ’ଣ ପାଇଁ ସ୍ୱାମୀ ଏଭଳି ପଦକ୍ଷେପ ନେଲେ ତାହା ଜାଣି ପାରୁ ନଥିଲେ ନବବିବାହିତା । ଏ ନେଇ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ । ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଥିଲେ ମଧ୍ୟ ଆତ୍ମହତ୍ୟାର କାରଣ ଜାଣି ପାରି ନାହିଁ ।

AI News

ମୃତକଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ବିବାହ ପରଦିନ ସମସ୍ତେ ଖାଇ ସାରିବା ପରେ ସେ ମୋ ପାଖକୁ ଆସି ମୋର ପରୀକ୍ଷା କେବେ ବୋଲି ପଚାରିଥିଲେ । ମୁଁ ମାର୍ଚ୍ଚ ବୋଲି କହିବା ପରେ ସେ ସେଠାରୁ ଚାଲି ଯାଇ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ । ସକାଳୁ ଉଠିବା ପରେ ଘର ଲୋକଙ୍କ ପାଟି ଶୁଣି ମୁଁ ବାହାରକୁ ଆସିଥିଲି । ଯାହା ପରେ ପୂରା ଘଟଣା ବିଷୟରେ ମୁଁ ଜାଣି ପାରିଥିଲି ।

ସମ୍ବନ୍ଧିତ ଖବର