ଡାବୁଗାଁ (ସଞ୍ଜୟ କୁମାର ପାଢ଼ୀ): ମାନବିକତା ମରିଯାଇଛି। ଦୟା ବୋଲି ଯେଉଁ ଶଦ୍ଦ ରହିଛି, ତାହା ଏବେ ଅଲୋଡ଼ା ହୋଇଯାଇଛି। ଭଲ ପାଇବା, ଭଲକାମ, ଖରାପ କାମ, ଭୁଲ, ଠିକ୍ ଆଦିର ଆତ୍ମ ସମୀକ୍ଷା ହେଉ ନାହିଁ। ଘର ଅଗଣାରେ ଖେଳୁଥିବା ତିନି ବର୍ଷ ବୟସର ଶିଶୁକୁ ଗ୍ରାମର ଜଣେ ଉନ୍ମୁକ୍ତ ଯୁବକ ରାସ୍ତା ଉପରେ କଚାଡ଼ି ମାରିବାକୁ ଉଦ୍ୟମ କରିଛି। ଏହି ଘଟଣା ସିସିଟିଭିରେ କଏଦ ହୋଇଛି। ଉନ୍ମୁକ୍ତ ଯୁବକ କବଳରୁ ଶିଶୁକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ତାକୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉମରକୋଟର ଏକ ଘୋରଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।
ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ
ସୂଚନା ଅନୁଯାଇ ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମର ଅରୁଣ ପନକାଙ୍କ ଶିଶୁପୁତ୍ର ଯସପ୍ରୀତ ଗତ ୧୪ ତାରିଖ ଶୁକ୍ରବାର ଦିନ ସକାଳ ୯ଟାରେ ନିଜ ଘର ବାରଣ୍ଡାରେ ଖେଳୁଥିଲା। ସେହି ସମୟରେ ଅରୁଣ ପନକାଙ୍କ ପଡ଼ୋଶୀ ମିଥୁଳା ପନକା ଶିଶୁପୁତ୍ରକୁ ଧରି ତୁଳସୀ ପନକା ଘରକୁ ନେଇଥିଲା। ତୁଳସୀ ପନକା ଘର ମଧ୍ୟରେ ଖେଳୁଥିବା ଏହି ତିନି ବର୍ଷର ଶିଶୁକୁ ବୋରିଗାଁ ଗ୍ରାମର ଡମୁ ପନକା (୩୭) ଅତର୍କିତ ଆକ୍ରମଣ କରିଥିଲା। ଶିଶୁପୁତ୍ରକୁ ଘୋଷାଡ଼ି ବାହାରକୁ ଆଣିଥିଲା। ରାସ୍ତା ଉପରେ ଶିଶୁକୁ ଦୁଇ ଗୋଡ଼ ଧରି କଚାଡ଼ି ଥିଲା। ଏଥିରେ ଶିଶୁଟି ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲା। ପାଖରେ ଥିବା ଗ୍ରାମବାସୀ ଉନ୍ମୁକ୍ତ ଯୁବକ ନିକଟରୁ ଶିଶୁଟି କୁ ଉଦ୍ଧାର କରିଥିଲେ। ସେଠାରୁ ଡମୁ ପନକା ଚମ୍ପଟ ମାରିଥିଲା।
ଆହୁରି ପଢ଼ନ୍ତୁ: Constable Murder: ଘରେ ଶୋଇଥିଲେ କନେଷ୍ଟବଳ, ପଥର କଚାଡ଼ି ହତ୍ୟା
ଶିଶୁପୁତ୍ର ଡାକ୍ତରଖାନାରେ ଭର୍ତ୍ତି
ଗୁରୁତର ଶିଶୁକୁ ପରିବାର ଲୋକେ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଉମରକୋଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଶିଶୁର ବାପା ଶୁକ୍ରବାର ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଜଣେ ନିଷ୍ପାପ ଶିଶୁକୁ ଡମୁ ପନକା ହତ୍ୟା ଉଦ୍ୟମ କରୁଥିଲା ତାହା ସନ୍ଦେହ ରହିଛି। ଏହାରି ମଧ୍ୟରେ ପୁଲିସ ଅଭିଯୁକ୍ତ ଡମୁ ପନକାକୁ ବୋରିଗାଁରୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ପୁଲିସ ଏଏସଆଇ ଚନ୍ଦ୍ର ଶେଖର ହଜାରି ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Elephant Attacks: ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୁଚିଥିଲେ ଯୁବକ, ଆକ୍ରମଣ କରି ଜୀବନ ନେଲା ଦନ୍ତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/16/child-killed-2025-11-16-20-44-09.jpg)