ବିବାହ ବେଦୀ ପର୍ଯ୍ୟନ୍ତ ପହଞ୍ଚିଲାନି କଥା, ଜୟମାଲା ପରେ ହାଜତକୁ ଗଲା ବର, ଜାଣନ୍ତୁ ବରକୁ କାହିଁକି ଗିରଫ କଲା ପୁଲିସ

ଅମୃତସର : ଅମୃତସରରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜଣେ ଯୁବକ ବିବାହ ପାଇଁ ଆସିଥିବା ବେଳେ ବେଦୀକୁ ଯିବା ପରିବର୍ତ୍ତେ ହାଜତରେ ପହଞ୍ଚିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବର ପୂର୍ବରୁ ବିବାହ କରିଥିବା ବେଳେ ପ୍ରଥମ ସ୍ତ୍ରୀକୁ କିଛି ନ ଜଣାଇ ବିବାହ କରୁଥିବାରୁ ବରକୁ ଜୟମାଲା ପରେ ହିଁ ପୁଲିସ ଗିରଫ କରିଥିବା ଖବର ମିଳିଛି । ପ୍ରଥମ ସ୍ତ୍ରୀ ସହ ଦ୍ୱିତୀୟ ବିବାହ କରୁଥିବା ୨୦ବର୍ଷୀୟ କନ୍ୟାକୁ ମଧ୍ୟ ଏ ବିଷୟରେ କିଛି ଜଣା ନ ଥିବା କହିଛନ୍ତି ପୀଡ଼ିତା । ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ସ୍ତ୍ରୀର ବୟାନ ରେକର୍ଡ଼ କରିିଛି ।

bhaskar.com

ସୂଚନା ମୁତାବକ, ଅଭିଯୁକ୍ତ ବିକି ୮ବର୍ଷ ପୂର୍ବେ ଗୀତା କପୁରଙ୍କୁ ବିବାହ କରିଥିଲେ । ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଥିବା ବେଳେ ୩୫ ବର୍ଷ ବୟସରେ ସେ ୨୦ବର୍ଷୀୟ ଯୁବତୀଙ୍କୁ ମନ ଦେଇ ବସିଥିଲେ । ୨୦ବର୍ଷୀୟ ପୀଡ଼ିତାଙ୍କ ସହ ପ୍ରେମ ସଂପର୍କ ରଖିବା ସହ ନିଜକୁ ଅବିବାହିତ ବୋଲି କହିଥିଲେ ବିକି । ଯାହା ପରେ ଦୁହିଁଙ୍କ ବିବାହ ତାରିଖ ଠିକ୍‌ ହୋଇଥିଲା । ସ୍ତ୍ରୀ ଏବଂ ପିଲାମାନଙ୍କୁ ଲୁଚାଇ ବିକି ନିଜ ବିବାହର ପ୍ରସ୍ତୁତି ନିଜେ କରିଥିଲେ । ବିବାହ ଦିନ ସେ ନିଜ ସ୍ତ୍ରୀଙ୍କୁ ବାପଘରକୁ ପଠାଇବା ସହ ବର ବେଶରେ ବିବାହ କରିବା ପାଇଁ ପହଞ୍ଚିଥିଲେ । ବରଯାତ୍ରୀରେ ନାଚୁଥିବା ବେଳେ କେହି ଜଣେ ଗୀତାଙ୍କୁ ବିକିଙ୍କ ବର ବେଶର ଫଟୋ ହ୍ଵାଟ୍‌ସଆପ୍‌ରେ ପଠାଇ ଦେଇଥିଲେ ।ଏହା ପରେ ଗୀତା ବାହାଘର ହେଉଥିବା ହୋଟେଲରେ ପହଞ୍ଚି ବାହାଘର ରୋକିବା ସହ ସବୁ ସତ ଜଣାଇଥିଲେ ।

ସମ୍ବନ୍ଧିତ ଖବର