ମହିଳା ଡ଼ାକ୍ତରଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାର ଅଭିଯୋଗ ହେବା ପରେ ଫେରାର ହେଲେ ଅଭିଯୁକ୍ତ,ପୁଲିସ ହାତରୁ ଖସିବାକୁ ଉଦ୍ୟମ କରୁଥିବା ବେଳେ ହେଲା ମୃତ୍ୟୁ

ମୁମ୍ବାଇ : ମଲାଡ୍‌ରେ ରହୁଥିବା ଜଣେ ମହିଳା ଡ଼ାକ୍ତରଙ୍କୁ ଦୁଷ୍କର୍ମ କରିବାର ଉଦ୍ୟମ କରି ପୁଲିସ ହାତରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପୁଲିସ ଗିରଫ କରିନେବ ବୋଲି ଭାବି ଡ଼ରରେ ଅଭିଯୁକ୍ତ ଜଣଙ୍କ ସପିଂ ମଲ୍‌ର ଛାତରୁ ଡ଼େଇଁ ପଡ଼ିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ମୃତକ ଜଣଙ୍କ ମହିଳା ଡ଼ାକ୍ତରଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ବୋଲି ଚିହ୍ନଟ କରାଯାଇଥିଲା ।

India.com

ସୂଚନ ମୁତାବକ,ପୀଡ଼ିତା ଜଣଙ୍କ ସାଇପ୍ରସାଦ ବିଲ୍‌ଡ଼ିଂରେ ରହୁଥିଲେ । ପୀଡ଼ିତା ଦ୍ୱିତୀୟ ମହଲାରେ ରହୁଥିବା ବେଳେ ଅଭିଯୁକ୍ତ ପ୍ରଥମ ମହଲାରେ ରହୁଥିଲେ । ପୀଡ଼ିତାଙ୍କୁ ଉପରକୁ ଯାଉଥିବା ଦେଖି ଅଭିଯୁକ୍ତ ତାଙ୍କ ପିଛା କରିବା ସହ ତାଙ୍କୁ ଘର ଭିତରକୁ ଦେଇ ଦୁଷ୍କର୍ମ କରିବାର ଉଦ୍ୟମ କରିଥିଲେ । ପୀଡ଼ିତା ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ମୁଣ୍ଡକୁ ହାତୁଡ଼ିରେ ଆକ୍ରମଣ କରିଥିଲେ । ଅଭିଯୁକ୍ତଙ୍କ ଏପରି ଋପ ଦେଖି ପୀଡ଼ିତା ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଇଥିଲେ । ଏହା ପରେ ପୀଡ଼ିତା ଗୋରେଗାଓ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲେ । ଏ ସବୁ ବିଷୟରେ ଜାଣି ପାରି ଅଭିଯୁକ୍ତ ଧରା ପଡ଼ିଯିବା ଡ଼ରରେ ସପିଂ ମଲ୍‌ରୁ ତଳକୁ ଡ଼େଇଁ ପଡ଼ିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର