ବେଙ୍ଗାଲୁରୁ: କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲା ଅନ୍ତର୍ଗତ ଏକ ବସ୍ ଷ୍ଟାଣ୍ଡ୍ରେ ଜଣେ ୧୭ ବର୍ଷୀୟ ହିନ୍ଦୁ ଝିଅ ସହିତ କଥାବର୍ତ୍ତା କରିବା କାରଣରୁ ଜଣେ ୨୦ ବର୍ଷିୟ ସଂଖ୍ୟାଲଘୁ ଯୁବକଙ୍କୁ କିଛି ଲୋକ ମାରଧର କରିଛନ୍ତି।
ଏହି ମାମଲାରେ ଦୁଇଟି ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ ‘ମୋରାଲ୍ ପୋଲିସିଙ୍ଗ୍’ ଏବଂ ସେ ଯୁବକଙ୍କ ବିରୋଧରେ ‘ପୋକ୍ସୋ’ ମାମଲା ରୁଜୁ କରାଯାଇଛି।
Image Courtesy of India Todayସୁବ୍ରମଣ୍ୟ ‘କେଏସ୍ଆର୍ଟିସି’ ବସ୍ ଷ୍ଟାଣ୍ଡ୍ ନିକଟରେ ଜଣେ ୧୭ ବର୍ଷୀୟ ବାଳିକା ସହିତ ଆଳାପ କରୁଥିବା ହଫୀଦ୍ ନାମକ ସେ ଯୁବକଙ୍କୁ ଆକ୍ରମଣ କରିଥିବା ୧୨ଜଣ ବ୍ୟକ୍ତିଙ୍କ ନାମରେ ପ୍ରଥମ ‘ଏଫ୍ଆଇଆର୍’ଟି ରେଜିଷ୍ଟ୍ରି କରାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ବର୍ଷକ ତଳେ ସାମାଜିକ ଗଣମାଧ୍ୟମ ଆପ୍ ‘ଇନ୍ଷ୍ଟାଗ୍ରାମ୍’ରେ ଦୁହିଁଙ୍କର ପରିଚୟ ହେବା ପରେ ସେମାନେ ବସ୍ ଷ୍ଟାଣ୍ଡ୍ରେ ପରସ୍ପରକୁ ଭେଟୁଥିଲେ। ଜାନୁଆରି ୫ ତାରିଖ ଦିନ ବସ୍ ଷ୍ଟାଣ୍ଡ୍ରେ ହଫୀଦ୍ ସେ ବାଳିକା ସହିତ ଗପୁଥିବା ବେଳେ ହଠାତ୍ ଦଳେ ଲୋକ ଆସି ତାଙ୍କୁ ଗୋଟାଏ ଜିପ୍ରେ ବସାଇ ନିର୍ଜନ ଅଞ୍ଚଳକୁ ନେଇଯାଇ ମାରଧର କରିଥିଲେ। ଏହାଛଡ଼ା, ଆଉ ସେ ଝିଅକୁ ନ ଭେଟିବା ପାଇଁ ଛୁରି ଦେଖାଇ ଧମକ ମଧ୍ୟ ଦେଇଥିଲେ।
ଏହାର ଦିନକ ପରେ ଝିଅର ବାପା ହଫୀଦ୍ଙ୍କ ନାଁରେ ‘ପୋକ୍ସୋ’ ମାମଲା ଦାଏର କରି ଅଭିଯୋଗ କରିଥିଲେ କି, ସେ ଝିଅ ସହିତ ଅସଦାଚରଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/hm.jpg)