ଦୁଇ ଜଣ ପୁରୁଷଙ୍କ ସହିତ ସମ୍ପର୍କ ସନ୍ଦେହ କରି ଫାର୍ମ ହାଉସରେ ବାର ଡ୍ୟାନ୍ସରଙ୍କୁ ହତ୍ୟା କଲା ପ୍ରେମିକ

ସୁରତ: ଜ୍ୟୋତି ସୁରଜିତ ସିଂହ ଓରଫ ନିଶା ଜ୍ୟୋତି ନାମକ ମୁମ୍ବାଇର ଜଣେ ବାର ଡ୍ୟାନ୍ସର ତଥା ସ୍ୱଳ୍ପକାଳୀନ ମଡେଲଙ୍କୁ ଗୁଜରାଟ ସୁରତ ନିକଟସ୍ଥ କାମରେଜ୍‌ ଟିମ୍ବା ଗ୍ରାମରେ ଥିବା ନିଜ ଫାର୍ମ ହାଉସରେ ପ୍ରୀତେଶ ପଟେଲ(୩୦ ବର୍ଷ) ନାମକ ଜଣେ ଯୁବକ ହତ୍ୟା କରିଛନ୍ତି। ପ୍ରୀତେଶ ଜ୍ୟୋତିଙ୍କ ବେକକୁ ଏକ ଦାଆ ଯୋଗେ କାଟି ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଛନ୍ତି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ପ୍ରୀତେଶଙ୍କୁ ଗିରଫ କରିଛି। ଜ୍ୟୋତିଙ୍କ ପାଇଁ ପ୍ରୀତେଶ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜ୍ୟୋତି ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ପର୍କ ରଖୁଥିବା ସନ୍ଦେହ କରି ପ୍ରୀତେଶ ନିଜ ଫାର୍ମ ହାଉସକୁ ଆଣି ଜ୍ୟୋତିଙ୍କ ଗଣ୍ଡିମୁଣ୍ଡ ଅଲଗା କରି ହତ୍ୟା କରିଥିଲା ବୋଲି ପୁଲିସ ନିକଟରେ ପ୍ରୀତେଶ ସ୍ୱୀକାର କରିଛି।

ଏପରିକି ଜ୍ୟୋତିଙ୍କ ସହିତ ସମ୍ପର୍କକୁ ନେଇ ପ୍ରୀତେଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ପ୍ରୀତେଶ ପୁଲିସକୁ କହିଛି।
ଗୁଜରାଟଣ ସୁରତ ସହରର ଉପାନ୍ତରେ ଥିବା ଟିମ୍ବା ଗ୍ରାମର ପ୍ରୀତେଶ ପଟେଲ ପ୍ରାୟ ମୁମ୍ବାଇ ଯାଇଥାଏ। ମୁମ୍ବାଇ ଯିବା ଅବସରରେ ସେ ବାରମ୍ବାର ଡ୍ୟାନ୍ସ ବାରକୁ ଯାଇଥିାଏ। ଏହି ସମୟ ମଧ୍ୟରେ ପଞ୍ଜାବର ଭଟିଣ୍ଡାର ଜ୍ୟୋତି ସୁରଜିତ ସିଂହ ଓ ନିଶା ଜ୍ୟୋତି ନାମକ ଜଣେ ବାର ଡ୍ୟାନ୍ସରଙ୍କ ସହିତ ପ୍ରୀତେଶର ସମ୍ପର୍କ ଗଢ଼ି ଉଠିଥିଲା। ଏହି ସମ୍ପର୍କରୁ ଜ୍ୟୋତି ଟିମ୍ବା ଆସି ପ୍ରୀତେଶ ସହିତ ମିଳାମିଶା ମଧ୍ୟ କରେ। ପୁଲିସ ସୂତ୍ରରୁ ପ୍ରକାଶ ଯେ ଜ୍ୟୋତି ଗତ ଡିସେମ୍ବର ୨୭ ତାରିଖ ଦିନ ଟିମ୍ବାରେ ଆସି ପହଞ୍ଚିଥିଲା। ସେଠାରେ ସେ ପ୍ରୀତେଶ ସହିତ ନିଜର ଜନ୍ମ ଦିନ ମଧ୍ୟ ପାଳନ କରିଥିଲା। ୨୮ ତାରିଖ ଦିନ ସେମାନେ ନୂଆବର୍ଷ ପାଳନ ପାଇଁ ମୁମ୍ବାଇ ଯାଇଥିଲେ। ସେଠାରୁ ସେମାନେ ଗତ ସୋମବାର ଦିନ ଫେରି ମୀର ରୋଡ୍‌୍‌ରେ ଥିବା ଏକ ହୋଟେଲରେ ଉଭୟ ରାତି ବିତାଇଥିଲେ। ପରଦିନ ସକାଳୁ ଜ୍ୟୋତିକୁ ନେଇ ପ୍ରୀତେଶ ଟିମ୍ବା ଯାଇଥିଲେ। ସାଙ୍ଗରେ ଜ୍ୟୋତିଙ୍କ ଡ୍ରାଇଭର ସନ୍ଦୀପ ସିଂହ ଓ ତାଙ୍କ ପତ୍ନୀ ମଧ୍ୟ ଯାଇଥିଲେ। ତେବେ ଫାର୍ମ ହାଉସ ଭିତରେ ପ୍ରୀତେଶ ଜ୍ୟୋତିଙ୍କ ମୁଣ୍ଡକୁ ହାଣି ହତ୍ୟା କରିଥିଲେ। ହତ୍ୟା ପରେ ସନ୍ଦୀପ ଓ ତାଙ୍କ ପତ୍ନୀ ଭୟରେ ସେ ସ୍ଥାନ ଛାଡ଼ି ପଳାଇ ଆସିବା ସହିତ ପୁଲିସକୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରୀତେଶକୁ ଗିରଫ କରିବା ସହିତ ଜ୍ୟୋତିଙ୍କ ମୃତଦେହ ଜବତ କରିଥିଲା।

ପଚରାଉଚରା ବେଳେ ପ୍ରୀତେଶ କହିିଛି ଯେ ଜ୍ୟୋତିଙ୍କ ବାବଦରେ ସେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଜ୍ୟୋତି ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ରଖିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଫାର୍ମ ହାଉସରେ ପାଟିତୁଣ୍ଡ ହେବା ପରେ ରାଗରେ ପ୍ରୀତେଶ ଏକ ଦାଆରେ ଜ୍ୟୋତିଙ୍କ ବେକକୁ କାଟି ଦେଇ ଗଣ୍ଡିମୁଣ୍ଡ ଅଲଗା କରି ଦେଇଥିବା ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର