ବରେଲି: ଦୁଇଟି ପରିବାର ମଧ୍ୟରେ ଯୌତୁକ ବିବାଦ ଉଗ୍ରରୂପ ଧାରଣ କରିବାରୁ ରବିବାର ଦିନ ବରେଲିର ନାକଟିଆ ଅଞ୍ଚଳରେ ଜଣେ ଜ୍ୱାଇଁ ଓ ତାଙ୍କ ବାପା ମିଶି ବୋହୂର ବାପାମାଆଙ୍କୁ ମାରଧର କରି ଆହତ କରିଛନ୍ତି।
ଆହତ ଶାଶୂଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅସ୍ତ୍ରୋପଚାର ନିମନ୍ତେ ସେଠାରୁ ଦିଲ୍ଲୀକୁ ରେଫର୍ କରାଯାଇଛି।
ପୁଲିସ ରିପୋର୍ଟ ଅନୁସାରେ, ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗନ୍ଥା ରେହମାନଙ୍କ ଝିଅ ଚାନ୍ଦ ବି ବରେଲିର ଜଣେ ପ୍ରପର୍ଟି ଡିଲର୍ ମହମ୍ମଦ୍ ଆଶଫକ୍ଙ୍କୁ ବର୍ଷେ ତଳେ ବିବାହ କରିଥିଲେ।
ଯୌତୁକ ବାବଦରେ ରେହମାନ୍ ୧୦ ଲକ୍ଷ ଟଙ୍କା ଯୌତୁକ ଦେଇଥିଲେ ବି ଚାନ୍ଦ ବି ଝିଅ ଜନ୍ମ କରିବା ପରେ ତାଙ୍କ ଶାଶୂଘର ଲୋକେ ଆହୁରି ୫ ଲକ୍ଷ ଟଙ୍କା ଦାବି କଲେ। ରେହମାନ୍ ମନା କରିବାରୁ ରବିବାର ଦିନ ଆଶଫକ୍ ଚାନ୍ଦ ବିଙ୍କୁ ମାଡ଼ମାରିଥିଲେ।
ଏ କଥା ଶୁଣି, ରେହମନ୍ ପତ୍ନୀ ଗୁଲ୍ଶନ୍ଙ୍କ ଧରି ଝିଅଘରକୁ ଧାଇଁଯାଇଥିଲେ। ଝିଅଘର ସହ କଥାବାର୍ତ୍ତା ସମୟରେ ଯୁକ୍ତିତର୍କ ହେଲା ଏବଂ ଆଶ୍ଫକ୍ ଏବଂ ତାଙ୍କ ବାପା ଇଝାର୍ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ରେହମାନ୍ ଏବଂ ଗୁଲ୍ଶନ୍ଙ୍କୁ ମାରଧର କରିଥିଲେ।
ଆଶ୍ଫକ୍ ଗୁଲ୍ସନ୍ଙ୍କ ନାକକୁ କାମୁଡ଼ି ପକାଇଥିବା ବେଳେ ତାଙ୍କ ବାପା ଗୋଟାଏ ଛୁରିରେ ତାଙ୍କ କାନ କାଟି ପକାଇଥିଲେ। ଏହା ପରେ ବାପପୁଅ ଦୁହେଁ ଅଚେତନ ହୋଇ ପଡ଼ିଥିବା ଗୁଲ୍ସନ୍ଙ୍କ ଛାଡ଼ି ଫେରାର୍ ହୋଇଯାଇଥିଲେ। ଖବର ପାଇ ପୁଲିସ ପହଞ୍ଚି ଗୁଲ୍ସନ୍ଙ୍କୁ ଡାକ୍ତରଖାନା ନେଇଥିଲା।
ଘଟଣା ସଂକ୍ରାନ୍ତରେ ବରେଲି କ୍ୟାଣ୍ଟନ୍ମେଣ୍ଟ୍ ଥାନାରେ ଏଫ୍ଆଇଆର୍ ଦିଆଯାଇ ମାମଲା ରୁଜୁ କରାଯାଇଛି।
ଯୌତୁକ ବିବାଦ: ଶାଶୂଙ୍କ ନାକ କାମୁଡ଼ି ପକାଇଲେ ଜ୍ୱାଇଁ; କାନ କାଟି ପକାଇଲେ ସମଦି
/sambad/media/post_attachments/wp-content/uploads/2019/08/nose-bite.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)