ପ୍ରେମିକକୁ ଜିଅନ୍ତା ପୋଡ଼ି ଦେଲେ ପ୍ରେମିକାର ଘରଲୋକେ

କୋଣ୍ଟାଇ: ଶନିବାର ଦିନ ପଶ୍ଚିମବଙ୍ଗର ପୂର୍ବ ମିଦନାପୁର ଜିଲ୍ଲାରେ ଜଣେ ୨୧ ବର୍ଷିୟ ଯୁବକଙ୍କୁ ସେ ପ୍ରେମ କରୁଥିବା ଜଣେ ଝିଅର ଘର ଲୋକେ ଜିଅନ୍ତା ପୋଡ଼ି ପକାଇଥିବା କୁହାଯାଉଛି।

ରଞ୍ଜିତ ମଣ୍ଡଳ ନାମକ ସେ ଯୁବକଙ୍କୁ ଶୁକ୍ରବାର ରାତି ସାରା ମାରଧର କରିବା ପରେ ପ୍ରେମିକାର ପରିବାର ଲୋକେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା କଥା ପୁଲିସ କହିଛି।

ରଞ୍ଜିତ ସେ ଝିଅକୁ ଦେଖା କରିବାକୁ ଯାଇଥିବା ବେଳେ ଏମିତି ଘଟନା ଘଟିଥିଲା। ରଞ୍ଜିତ ଦିଲ୍ଲୀରେ ବଣିଆ କାମ କରୁଥିଲେ।

ଶନିବାର ଭୋର୍‌ ୩:୩୦ ରେ ଗୋଟାଏ ଫାଙ୍କା ଜାଗାରେ କିଛି ଗୋଟାଏ ପୋଡ଼ି ଯାଉଥିବା କଥା ସ୍ଥାନୀୟ ପୁଲିସ ଦେଖିବା ପରେ ଘଟନା ଲୋକଲୋଚନକୁ ଆସିଥିଲା।

ରଞ୍ଜିତଙ୍କ ବଡ଼ ଭାଇ ସୁରଜିତ ଭୂପତିନଗର ଥାନାରେ ଏତଲା ଦେବା ପରେ ଝିଅର ପିତାମାତା, ଭାଇ ଓ ଅନ୍ୟ ତିନି ଜଣଙ୍କ ଅଟକ ରଖାଯାଇଛି।

ଘଟନାସ୍ଥଳରୁ ପୁଲିସ ରଞ୍ଜିତର ମୋବାଇଲ୍‌ ଫୋନ୍‌ ଉଦ୍ଧାର କରିଛି ଓ ତା’ର ଅନ୍ୟ କେତେକ ଜିନିଷ ଝିଅ ଘରୁ ଜବତ କରିଛି।

ମାଆଙ୍କ ମୃତ୍ୟୁ ଓ ବାପା ପୁନର୍ବିବାହ କରିବା ପରେ କେତେ ବର୍ଷ ହେବ ନିକଟରେ ଥିବା ତାଙ୍କ ମାମୁଘରେ ରହୁଥିଲେ।

ସମ୍ବନ୍ଧିତ ଖବର