ପ୍ରେମ ବ୍ୟପାରକୁ ନେଇ ପ୍ରେମିକଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳି ଦେଲେ ପ୍ରେମିକାଙ୍କ ଘରଲୋକ!

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲାର ଫତନପୁର ପୁଲିସ୍‌ ଥାନା ଅଧୀନସ୍ଥ ଭଜଇନି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତିରେ ଏକ ଗଛରେ ବାନ୍ଧି କିଛି ଲୋକ ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ୨୫ ବର୍ଷିଅ ଏହି ପୀଡ଼ିତଙ୍କ ନାମ ଅମ୍ବିକା କୁମାର ପଟେଲ୍। ଅଭିଯୋଗ ହୋଇଛି ଯେ ଯେଉଁ ମହିଳାଙ୍କ ସହ ଅମ୍ବିକାଙ୍କର ପ୍ରେମ ସଂପର୍କ ଥିଲା ସେହି ମହିଳାଙ୍କ ପରିବାର ‌ଲୋକ ଅମ୍ବିକାଙ୍କୁ ଗଛରେ ବାନ୍ଧି ଜାଳି ଦେଇଛନ୍ତି। ଏହି ମାମଲାର ତଦନ୍ତ କରି ପ୍ରତାପଗଡ଼ ପୁଲିସ୍ ମହିଳାଙ୍କ ବାପା ଓ ଭାଇ ସମେତ ସମୁଦାୟ ୩ ଜଣଙ୍କୁ ଗିରଫ କରିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅମ୍ବିକାଙ୍କର ତାଙ୍କରି ନିଜ ଗ୍ରାମର ଏକ ଝିଅ ସହ ପ୍ରେମ ସଂପର୍କ ଥିଲା। ମାତ୍ର ସେମାନଙ୍କ ପ୍ରେମ ସଂପର୍କକୁ ପରିବାର ଲୋକ ଗ୍ରହଣ କରୁ ନଥିଲେ। କିଛି ମାସ ତଳେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କର ଏକ ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଯାହାକି ଯୁବତୀଙ୍କ ପରିବାର ଲୋକଙ୍କୁ ଖବ୍‌ ଅପମାନିତ କରାଇଥିଲା। ଯୁବତୀଙ୍କ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ଯୁବକ ଜଣକ ଜେଲ୍‌ ଯାଇଥିଲେ।

Samaja Live English

ସେହି ସମୟରେ ଯୁବତୀ ଜଣକ କାନପୁର ପୁଲିସ୍‌ ଥାନା‌ରେ ଚାକିରି ପାଇଗଲେ ଓ ଯୁବକଙ୍କୁ ଜାମିନ୍‌ ମିଳିଗଲା। ଯୁବକଙ୍କୁ ଜାମିନ୍‌ ମିଳିବା ପରେ କ୍ରୋଧରେ ଆସି ଯୁବତୀଙ୍କ ପରିବାର ଲୋକ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଯୁବକଙ୍କୁ ବଳପୂର୍ବକ ତାଙ୍କ ଘରୁ ଟେକି ନେଇଥିଲେ ଓ ତାଙ୍କୁ ଏକ ଗଛରେ ବାନ୍ଧି ଜୀବନ୍ତ ଜାଳି ଦେଇଥିଲେ।

ସମ୍ବନ୍ଧିତ ଖବର